www.samajalive.in
Saturday, December 13, 2025
27.1 C
Bhubaneswar

ମମତାଙ୍କୁ ଆକ୍ରମଣ ପଛରେ କାହାର ହାତ ? ଜାଣନ୍ତୁ, କ’ଣ କହିଲେ ପ୍ରତ୍ୟକ୍ଷଦର୍ଶୀ

ପଶ୍ଚିମବଙ୍ଗର ହାଇପ୍ରୋଫାଇଲ ଆସନ ନନ୍ଦୀଗ୍ରାମରେ ନାମାଙ୍କନପତ୍ର ଦାଖଲ କରିବା ପରେ ନିର୍ବାଚନୀ ଅଭିଯାନରେ ବାହାରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆକ୍ରମଣର ଶିକାର ହୋଇ ଅଭିଯୋଗ ହୋଇଛି। ମମତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଘଟଣା ପରେ ତାଙ୍କୁ ନନ୍ଦୀଗ୍ରାମରୁ କଲକାତା ମଧ୍ୟରେ ଗ୍ରୀନ୍‌ କରିଡର ଜରିଆରେ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ଆଘାତ ଲାଗିବା ପରେ ମମତାଙ୍କୁ ତାଙ୍କ ସମର୍ଥକମାନେ ଉଠାଇ କାରରେ ବସାଇଥିଲେ। ସେ କଲକାତାର ଏସଏସକେଏମ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ କାର୍‌ରୁ ଓହ୍ଲାଇ ଷ୍ଟ୍ରେଚର ଜରିଆରେ ହସ୍ପିଟାଲ ନିଆଯାଇଥିଲା। କୁହାଯାଉଛି ଯେ ମମତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି, ଯେଉଁଥିପାଇଁ ସେ ଚାଲିପାରୁ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ୬ ଜଣିଆ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ହସ୍ପିଟାଲରେ ଟିଏମସି ନେତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ଭିଡ଼ ଲାଗିଛି।

- Advertisement -

ଅନ୍ୟପଟେ ଏହି ଘଟଣାକୁ ନେଇ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ବିଜେପି ଏବଂ କଂଗ୍ରେସ ନେତାମାନଙ୍କ ପକ୍ଷରୁ ଏହି ଘଟଣାକୁ ମମତାଙ୍କ ନାଟକ ବୋଲି କୁହାଯାଉଥିବାବେଳେ ଟିଏମସି ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛି। ନନ୍ଦୀଗ୍ରାମରେ ଗୋଡ଼ରେ ଆଘାତ ଲାଗିବା ପରେ ମମତା ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି ଯେ, ନନ୍ଦୀଗ୍ରାମରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି। ତାଙ୍କ ଗୋଡ଼କୁ ଜାଣିଶୁଣି ଗାଡ଼ିରେ ଦଳିଦେବାକୁ ଉଦ୍ୟମ ହୋଇଛି।

ତେବେ ଆକ୍ରମଣ ପଛରେ କାହାର ହାତ ରହିଛି ତାହା ଏଯାଏ ଜଣାପଡ଼ି ନାହିଁ। ପୁଲିସ ମାମଲାର ତଦନ୍ତ ଚଳାଇଛି। ୩/୪ ଜଣ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିବା ମମତା ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ନନ୍ଦୀଗ୍ରାମର ଟିଏମସି ସାଂସଦ ସୁଖେନ୍ଦୁ ଶେଖର ରାୟ କହିଛନ୍ତି, ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ମମତା ଏକ ମନ୍ଦିରରେ ପୂଜା କରିବା ପରେ ବିରୁଲିୟା ଅଞ୍ଚଳରୁ ବାହାରିବାର ଥିଲା। ଏହି ସମୟରେ କିଛି ଅଜଣା ବ୍ୟକ୍ତି ତାଙ୍କୁ କାର ଭିତରକୁ ଠେଲି ଦେଇ ଜବରଦସ୍ତି ଡୋର୍‌ ବନ୍ଦ କରିଦେଇଥିଲେ। ଫଳରେ ତାଙ୍କ ବାମ ଗୋଡ଼ରେ ଗମ୍ଭୀର ଆଘାତ ଲାଗିଛି। ଅଣ୍ଟାରେ ବି ଆଘାତ ଲାଗିଛି।

ସେପଟେ ଜଣେ ପ୍ରତ୍ୟକ୍ଷଦର୍ଶୀ ଚିତ୍ତରଞ୍ଜନ ଦାସ କହିଛନ୍ତି ଯେ, ସେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ମମତା ନିଜ କାର ଭିତରେ ବସିଥିଲେ, କିନ୍ତୁ ଡୋର୍‌ ଖୋଲାଥିଲା। ଏକ ପୋଷ୍ଟରରେ ଡୋର୍‌ ଲାଗିଯିବା ପରେ ତାହା ବନ୍ଦ ହୋଇଯାଇଥିଲା। କେହି ତାଙ୍କୁ ଧକ୍କା ଦେଇ ନାହାନ୍ତି କି ଆକ୍ରମଣ କରିନାହାନ୍ତି। କାର୍‌ ଡୋର୍‌ ପାଖରେ ବି କେହି ନ ଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories