www.samajalive.in
Thursday, December 11, 2025
16.1 C
Bhubaneswar

ବାଇକ ଷ୍ଟଣ୍ଟ କରିବା ଭାରି ପଡ଼ିଲା, ଭିଡିଓ ଭାଇରାଲ ହେବା ପରେ ବନ୍ଧା ହେଲେ ଯୁବତୀ

ରାସ୍ତାରେ ବାଇକ୍‌ ଷ୍ଟଣ୍ଟ କରି ଅନେକ ସମୟରେ ଯୁବକମାନେ ନିଜର କୌଶଳ ପ୍ରଦର୍ଶନ କରନ୍ତି। କେହି କେହି ଏହାକୁ ପ୍ରଶଂସା କରନ୍ତି ତ, ଆଉ କେହି ସମାଲୋଚନା ବି କରନ୍ତି। କାରଣ ରାସ୍ତାରେ ଷ୍ଟଣ୍ଟ ଦେଖାଇଲେ ଯଦି କୌଣସି ଅଘଟଣ ଘଟେ ସେଥିରେ ଷ୍ଟଣ୍ଟ ଦେଖାଉଥିବା ବ୍ୟକ୍ତିଙ୍କ ସହିତ ଅନ୍ୟ ପଥଚାରୀମାନେ ବି ସମସ୍ୟାରେ ପଡ଼ନ୍ତି। ତେବେ ଗୁଜରାଟରେ ଜଣେ ଯୁବତୀଙ୍କୁ ବାଇକ୍‌ ଷ୍ଟଣ୍ଟ ଦେଖାଇବା ଭାରି ପଡ଼ିଛି। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି। ଘଟଣାଟି ଗୁଜରାଟର ସୁରତ ଅନ୍ତର୍ଗତ ଡୁମ୍ମସ ଅଞ୍ଚଳର।

Image Courtesy: Aajtak

ଏହି ଯୁବତୀ  ଜଣକ ସୁରତ ସହରର ରାସ୍ତାରେ ସ୍ପୋର୍ଟ୍ସ ବାଇକ ଦ୍ବାରା ଷ୍ଟଣ୍ଟ ପ୍ରଦର୍ଶନ କରି ଅନ୍ୟ ଲୋକଙ୍କ ଜୀବନକୁ ବିପଦରେ ପକାଉଥିଲେ। କେବଳ ଷ୍ଟଣ୍ଟ କରିବା ଏବଂ ତାହାର ଭିଡିଓ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଯୁବତୀ ଜଣକ ବାରଡୋଲୀରୁ ସୁରତ ଆସୁଥିଲେ। ଭିଡିଓ ପ୍ରସ୍ତୁତ କରିବା ପରେ ସେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଅପ୍‌ଲୋଡ୍‌ କରିଦେଉଥିଲେ। ସେ ନିୟମିତ ଭାବେ ଏପରି କରୁଥିଲେ, ଯେଉଁଥିପାଇଁ ରାସ୍ତାରେ ଯାତାୟାତ କରୁଥିବା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିଲା।

- Advertisement -
Image Courtesy: Aajtak

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁରତ ପୁଲିସ ଏହି ଯୁବତୀଙ୍କୁ ଗିରଫ କରିଛି। ଏହା ସହିତ କରୋନା ଗାଇଡ୍‌ଲାଇନ ଅନୁସାରେ ସେ ମାସ୍କ ପିନ୍ଧି ନ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି। ପୁଲିସ ଏହି ଘଟଣାର ତଦନ୍ତ ମଧ୍ୟ ଚଳାଇଛି। ବାଇକ୍‌ଟି ବିଲାଲ ଘାଞ୍ଚି ନାମକ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିଲା ବେଳେ ସେ ଏହାକୁ ସଞ୍ଜନା ଓରଫ ପ୍ରନ୍ସି ପ୍ରସାଦ ନାମ୍ନୀ ଯୁବତୀଙ୍କୁ ଫଟୋଗ୍ରାଫି ଏବଂ ଡ୍ରାଇଭିଂ ପାଇଁ ଦେଇଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ପୁଲିସ ଗିରଫ କରିଥିବା ଯୁବତୀ ଜଣକ ବାରଡୋଲୀ ଅଞ୍ଚଳର। ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ୩ ଲକ୍ଷ ୨୭ ହଜାର ଅନୁଗାମୀ ଥିବାବେଳେ ସେ ବର୍ତ୍ତମାନ ସୁଦ୍ଧା ୮୦ରୁ ଅଧିକ ବାଇକରେ ଷ୍ଟଣ୍ଟ ଭିଡିଓ ପ୍ରସ୍ତୁତ କରିସାରିଛନ୍ତି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories