www.samajalive.in
Saturday, December 13, 2025
15.1 C
Bhubaneswar

ଏପରି ନିଅନ୍ତୁ ବର୍ଷାଦିନେ ଆଖିର ଯତ୍ନ

ମୌସୁମୀ ବର୍ଷା ଯୋଗୁଁ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ସମସ୍ତଙ୍କ ମଧ୍ୟରେ ରୋଗ ସଂକ୍ରମଣ ହୋଇଥାଏ। ବର୍ଷାରେ ବ୍ୟାକ୍ଟେରିଆର ମାତ୍ରା ବଢି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଆମ ଶରୀରରେ ଆଖି ସବୁଠାରୁ ସୁକ୍ଷ୍ମ ଅଟେ। ବର୍ଷାଦିନେ ବେଶୀ ଆଖି ସମସ୍ୟା ଦେଖା ଦେଇଥାଏ। ତେଣୁ ବର୍ଷାଦିନେ ଆଖିର ସଠିକ ରୂପେ ଯତ୍ନ ନେବା ଉଚିତ।ସର୍ବଦା ନିଜ ଆଖି ସଂସ୍ପର୍ଶରେ ଆସୁଥିବା କପଡା କିମ୍ବା ରୁମାଲକୁ ପରିଷ୍କାର ରଖିବା ଉଚିତ। ଆଖିରେ ହାତ ମାରିବା ପୂର୍ବରୁ ଭଲ ଧୋଇବା ଉଚିତ। ନିଜେ ବ୍ୟବହାର କରୁଥିବା ଚଷମା, ରୁମାଲ ଇତ୍ୟାଦିକୁ କାହା ସହ ବାଣ୍ଟନ୍ତୁ ନାହିଁ। ଯେତେବେଳେ ଘରୁ ବାହାରକୁ ଯାଉଥିବେ ସର୍ବଦା ଚଷମା ବ୍ୟବହାର କରିବା ଉଚିତ। ଏପରି କରିବା ଦ୍ୱାରା ବାହାରର ଧୂଳି ଆମ ଆଖି ଭିତରକୁ ପ୍ରବେଶ କରି ପାରେ ନାହିଁ।ଆଖି ସମସ୍ୟା ହେଲେ ଅବହେଳା ନ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଯିବା ଉଚିତ। ବାହାରୁ ଆସିଲେ ଆଖିକୁ ଭଲ ଭାବେ ଥଣ୍ଡା ପାଣିରେ ଧୋଇବା ଉଚିତ। ଏହାଦ୍ୱାରା ଆଖି ସ୍ୱଚ୍ଛ ରହିଥାଏ। ଆଖିରେ ଲେନ୍ସ ବ୍ୟବହାର କରୁଥିଲେ ଶୋଇବା ପୂର୍ବରୁ ତାକୁ କାଢି ଶୋଇବା ଉଚିତ।ବର୍ଷାଦିନେ ଲେନ୍ସ ବ୍ୟବହାର କରିବା ଅନୁଚିତ। କାରଣ ଲେନ୍ସର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ଏହା ଆଖିରେ ସମସ୍ୟା ସୃଷ୍ଟି କରିଥାଏ। ଏହା ଆଖିକୁ ଶୁଷ୍କ କରିଥାଏ। ଏହି କାରଣରୁ ଆଖି ଲାଲ ହୋଇ କୁଣ୍ଡେଇ ହୋଇଥାଏ। ତେଣୁ ବର୍ଷାଦିନେ ସର୍ବଦା ସଫା ଚଷମା ବ୍ୟବହାର କରିବା ଉଚିତ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories