www.samajalive.in
Friday, December 12, 2025
14.1 C
Bhubaneswar

କାନ୍ଦାହାର ମସଜିଦରେ ବିସ୍ଫୋରଣ, ୬୦ ମୃତ

କାନ୍ଦାହାରର ଏକ ମସଜିଦ ମଧ୍ୟରେ ଏକାଧିକ ବିସ୍ଫୋରଣ ଘଟି ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ କ୍ରମାଗତ ଭାବେ ମସଜିଦଗୁଡିକ ଉପରେ ଆକ୍ରମଣ ହେଉଥିବା ବେଳେ ଆଜି ମଧ୍ୟ ଶୁକ୍ରବାର ନମାଜ ପାଠ ସମୟରେ ଦ୍ୱିତୀୟ ମସଜିଦ ଭାବେ ଆକ୍ରମଣର ଶିକାର ହୋଇଛି।

କାବୁଲ ପରେ ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାର ସହରର ଇମାମ ବରଗା ଅଞ୍ଚଳରେ ଥିବା ଫାତିମେହ ମସଜିଦରେ ପ୍ରାୟ ତିନିଟି କ୍ରମାଗତ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଶୁକ୍ରବାର ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ମସଜିଦ ପାଶ୍ଟୁନ୍ କାନ୍ଦାହାର ସହରର ପାର୍ସୀ ଭାଷାଭାଷୀ ଅଞ୍ଚଳରେ ଅବସ୍ଥିତ।

- Advertisement -

ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶିତ ଭିଡିଓ ଏବଂ ଚିତ୍ରଗୁଡ଼ିକରେ ମସଜିଦ ପରିସରରେ ମୃତଦେହ ପଡ଼ିଥିବାର ଦେଖାଯାଇଛି। କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଠିକ ଏକ ସପ୍ତାହ ପୂର୍ବେ କୁଣ୍ଡୁଜସ୍ଥିତ ଏକ ଶିଆ ମସଜିଦରେ ଏକ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟି ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ସମାନ ସଂଖ୍ୟକ ଆହତ ହୋଇଥିଲେ। ଇସଲାମିକ୍ ଷ୍ଟେଟ୍-ଖୋରାସାନ୍ ଆତଙ୍କବାଦୀ ଗୋଷ୍ଠୀ କୁଣ୍ଡୁଜ୍ ମସଜିଦ ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories