www.samajalive.in
Saturday, December 6, 2025
16.1 C
Bhubaneswar

ସୁଖମୟ ଜୀବନର ୪ଟି ଅମୂଲ୍ୟ ରତ୍ନ

ପ୍ରଥମ ରତ୍ନ ହେଉଛି କ୍ଷମା। ଘର-ପରିବାର ଓ ଅନ୍ୟ ସମସ୍ତ ସ୍ଥାନରେ କେହି କିଛି କୁହନ୍ତୁ, ତୁମେ ଅନ୍ୟର ଭୁଲ କଥା ପ୍ରତି ଆଦୌ ଧ୍ୟାନ ଦେବ ନାହିଁ। ପ୍ରତିଶୋଧ ନେବାର ଭାବନାକୁ ନିଜ ଠାରୁ ଦୂରେଇ ରଖିବ। ଭୁଲ କରୁଥିବା ଲୋକଙ୍କୁ କ୍ଷମା କରି ଦେବ। ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ଏହି ରତ୍ନକୁ ଅଧିକ କାର୍ୟ୍ୟକାରୀ କରିବ।
– ଦ୍ୱିତୀୟ ରତ୍ନ , ଅନ୍ୟ ପ୍ରତି ଥିବା କ୍ରୋଧକୁ ଭୁଲିବା ସହ ଅନ୍ୟପ୍ରତି କରିଥିବା ଭଲ କାମକୁ ମଧ୍ୟ ଭୁଲିଯିବ। ଯେତେବେଳେ ମଧ୍ୟ ଅନ୍ୟର ଉପକାର କରିବ, ତେବେ ତାହାକୁ ସ୍ମରଣ ରଖିବା ଉଚିତ ନୁହେଁ। ଏହାସହ ଯେଉଁ କଥା ଦୁଃଖ ଦେଇଥାଏ, ତାହାକୁ ମଧ୍ୟ ଭୁଲି ଯାଅ।
– ତୃତୀୟ ରତ୍ନ, ଭଗବାନଙ୍କ ଉପରେ ସର୍ବଦା ବିଶ୍ୱାସ ରଖ। ଯେକୌଣସି କାର୍ୟ୍ୟରେ ସଫଳତା ପାଇବାକୁ ହେଲେ ଅଧିକ ପରିଶ୍ରମ ଓ ଭଗବାନଙ୍କ ଆଶୀର୍ବାଦ ନିତ୍ୟାନ୍ତ ଜରୁରୀ। ତେଣୁ ଭଗବାନଙ୍କ ସହ ନିଜ ଉପରେ ମଧ୍ୟ ସର୍ବଦା ବିଶ୍ୱାସ ରଖନ୍ତୁ।
– ଚତୁର୍ଥ ରତ୍ନ, ବୈରାଗ୍ୟ ଭାବନା। ସର୍ବଦା ସ୍ମରଣ ରଖିବ, ଯିଏ ଜନ୍ମ ନେଇଛି, ତା’ର ମୃତ୍ୟୁ ନିଶ୍ଚୟ ହେବ। ମୃତ୍ୟୁ ପରେ କେହି ନିଜ ସହ କିଛି ନେଇ ଯିବେ ନାହିଁ। ତେଣୁ ପ୍ରତ୍ୟେକ ଜିନିଷ ପ୍ରତି ଅତ୍ୟଧିକ ଲୋଭ ଭାବନା ରଖିବା ଉଚିତ ନୁହେଁ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories