www.samajalive.in
Monday, December 8, 2025
14.1 C
Bhubaneswar

ସମ୍ଭାବ୍ୟ ବନ୍ୟା ମୁକାବିଲା : ୫ ଜିଲ୍ଲାରେ ଓଡ୍ରାଫ୍‍ ଟିମ୍‍ ମୁତୟନ

ଭୁବନେଶ୍ବର : ଲଘୁଚାପ ଜନିତ ବର୍ଷାଯୋଗୁଁ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମଗ୍ର ରାଜ୍ୟରେ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ସରକାର ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ୧ ଗୋଟି ଲେଖାଏଁ ଓଡ୍ରାଫ୍‍ ଟିମ୍‍ ଏବଂ ବାଲେଶ୍ୱର ଜିଲ୍ଲାରେ ୨ ଟି ଏନ୍‍.ଡି.ଆର.ଏଫ୍‍,ଭଦ୍ରକ ଓ ଯାଜପୁର ଜିଲ୍ଲାରେ ୧ ଟି ଲେଖାଏଁ ଏନ୍‍.ଡି.ଆର.ଏଫ୍‍. ଟିମ୍‍ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଛି। ଏଥିସହିତ ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ରହିଛନ୍ତି।

ରାଜସ୍ବ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ୯ଟି ଜିଲ୍ଲା ପାଇଁ ରେଡ୍‍ ୱାର୍ଣ୍ଣିଂ, ୧୧ ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୮ ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲେ। ବୁଧବାର ସକାଳ ୮.୩୦ ମି.ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଥିବାବେଳେ, କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ହାରାହାରି ୭୬.୬ ମି.ମି. ବୃଷ୍ଟିପାତ ହୋଇଛି।
ରାଜ୍ୟର ୯ ଗୋଟି ଜିଲ୍ଲା ଯଥା କେନ୍ଦ୍ରାପଡା, ସୁବର୍ଣ୍ଣପୁର, ଜଗତ୍‍ସିଂହପୁର, ବୌଦ୍ଧ, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ କଟକ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୧୦୦ ମି.ମି.ରୁ ଅଧିକ ବୃଷ୍ଟିପାତ ହୋଇଛି ଏବଂ ଆଉ ୧୧ଟି ଜିଲ୍ଲା ଯଥା- ଦେବଗଡ, ଅନୁଗୁଳ, ସମ୍ବଲପୁର,
ବାଲେଶ୍ୱର, ଢେଙ୍କାନାଳ, ପୁରୀ, କନ୍ଧମାଳ, ବରଗଡ, ଖୋର୍ଦ୍ଧା, ସୁନ୍ଦରଗଡ ଏବଂ ଝାରସୁଗୁଡାରେ ୫୦ ମି.ମି. ରୁ ୧୦୦ ମି.ମି. ବର୍ଷା ରେକର୍ଡ କରାଯାଇଅଛି।
ଚାରିଗୋଟି ବ୍ଲକରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୦ ମି.ମି. ରୁ ଅଧିକ ପରିମାଣର ବୃଷ୍ଟିପାତ ରେକର୍ଡ କରାଯାଇଛି। ସେଗୁଡିକ ହେଲା କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକରେ ୨୩୪.୦ ମି.ମି., କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକରେ ୨୧୦ ମି.ମି., ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକରେ ୨୦୮.୨ମି.ମି.
ଏବଂ ମୟୁରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକରେ ୨୦୭.୦ ମି.ମି. ବୃଷ୍ଟିପାତ ହୋଇଅଛି। ଏହାବ୍ୟତୀତ ୯୨ ଟି ବ୍ଲକରେ ୧୦୦ ମି.ମି. ରୁ ଊର୍ଦ୍ଧ୍ବ ଏବଂ ୯୬ ଟି ବ୍ଲକରେ ୫୦ ମି.ମି. ରୁ ୧୦୦ ମି.ମି. ମଧ୍ୟରେ ବୃଷ୍ଟିପାତ ରେକର୍ଡ କରାଯାଇଛି।
ସମଗ୍ର ରାଜ୍ୟରେ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପରିଲକ୍ଷିତ ହୋଇଛି। ବୈତରଣୀ ନଦୀର ଜଳସ୍ତର ଆନନ୍ଦପୁରଠାରେ ଏବଂ ଜଳକା ନଦୀ ମଥାନି ଠାରେ ବିପଦସଙ୍କେତର ଉପରେ ପ୍ରବାହିତ ହେଉଅଛି। ଆନନ୍ଦପୁରରେ ବିପଦସଙ୍କେତ ୩୮.୩୬ ମି. ଥିବାବେଳେ ସକାଳ ୯
ଟାରେ ବୈତରଣୀ ନଦୀର ଜଳସ୍ତର ୩୮.୮୪ ମି. ଥିଲା। ସେହି ସମୟରେ ମଥାନି ଠାରେ ବିପଦସଙ୍କେତ ୫.୫୦ ମି. ଥିବାବେଳେ ଜଳକା ନଦୀର ଜଳସ୍ତର ୬.୪୯ ମି. ଥିଲା।
ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ବିଭିନ୍ନ ଜିଲ୍ଲାରେ କେତେକ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇଛି ଏବଂ କିଛି ଅଞ୍ଚଳରେ କଚା ଘର କ୍ଷତିଗ୍ରସ୍ତ ହୋଇଛି। କେତେକ ରାସ୍ତା ମଧ୍ୟ ବନ୍ୟା ଜଳରେ ବୁଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଅଛି ଏବଂ ତାହାର ନିଷ୍କାସନ ବ୍ୟବସ୍ଥା କରାଯାଇଛିି।

- Advertisement -

ପ୍ରବଳ ବର୍ଷା ଯୋଗୁଁ ବରାଳୀ ଓ ସରାଳୀ ନଦୀର ଜଳସ୍ତର ବୃଦ୍ଧିପାଇ ମୟୁରଭଞ୍ଜ ଜିଲ୍ଲାର ବାରିପଦା ସହରର ଅଳ୍ପ କେତେକ ଅଞ୍ଚଳ ଜଳମଗ୍ନ ହୋଇଥିଲା ଏବେ ତାହା ଧୀରେ ଧୀରେ ହ୍ରାସ ପାଉଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ସୁକୃଳିି ତହସିଲ ଅନ୍ତର୍ଗତ ମହୁଲିଆସୁଲି ଗ୍ରାମର ନଳିନୀ ମୁଣ୍ଡା, ବୟସ ୬୨ଙ୍କ ଅତ୍ୟଧିକ ବର୍ଷା ଯୋଗୁଁ କାନ୍ଥପଡ଼ି ପ୍ରାଣହାନୀ ଘଟିଛି। ରଜ୍ୟ ଓ ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନଜର
ରଖି ସଜାଗ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories