www.samajalive.in
Sunday, December 14, 2025
15.1 C
Bhubaneswar

ତ୍ରିପୁରାରେ ବିଜେପି, ନାଗାଲାଣ୍ଡ ଓ ମେଘାଳୟରେ ଝୁଲା ସରକାର ; ଏକଜିଟ୍‌ ପୋଲ ସର୍ଭେ

ନୂଆଦିଲ୍ଲୀ : ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବାବେଳେ ଏହାର ଏକଜିଟ ପୋଲ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ମଙ୍ଗଳବାର ପ୍ରକାଶିତ ଏକଜିଟ୍‌ ପୋଲ (ବୁଥ ଫେରନ୍ତା ଜନମତ) ସର୍ଭେ ଅନୁଯାୟୀ ତ୍ରିପୁରାରେ ବିଜେପି ସରକାର ଗଠନ କରିବ। ଏଠାରେ ୨୫ବର୍ଷ ଧରି ଚାଲିଥିବା ବାମପନ୍ଥୀ ସରକାରର ପତନ ହେବ। ନ୍ୟୁଜ୍‌ ଏକ୍ସର ସର୍ଭେ ଅନୁଯାୟୀ ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ବିଜେପି ଓ ଏହାର ସହଯୋଗୀ ଆଇପିଏଫଟି ୩୫ରୁ ୪୫ଟି ଆସନରେ ବିଜୟୀ ହେବ। ବର୍ତ୍ତମାନର ଶାସକ ଦଳ ସିପିଆଇ(ଏମ୍‌) ୧୨ରୁ ୨୩ଟି ଆସନ ପାଇବ। ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ ଅନୁଯାୟୀ ବିଜେପି ମେଣ୍ଟ ଏଠାରେ ୪୫ରୁ ୫୦ଟି ଆସନ ପାଇବ ଓ ବାମଦଳ ୯ରୁ ୧୦ଟି ଆସନ ପାଇବ।
ତେବେ ନାଗାଲାଣ୍ଡ ଓ ମେଘାଳୟରେ କିଏ ସରକାର ଗଠନ କରିବ ତାର ସ୍ପଷ୍ଟ ସଙ୍କେତ ମିଳିପାରି ନାହିଁ। ତେବେ ମେଘାଳୟରେ କଂଗ୍ରେସ ସରକାରର ପତନ ହେବାର ଆଶଙ୍କା ରହିଛି। ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ ଅନୁଯାୟୀ ୬୦ ଆସନ ବିଶିଷ୍ଟ ମେଘାଳୟରେ ବିଜେପିକୁ ୩୦ଟି ଆସନ ମିଳିବ, କଂଗ୍ରେସକୁ ୨୦, ପିଡିଏଫକୁ ୨ ଓ ଅନ୍ୟାନ୍ୟ ଦଳକୁ ୪ଟି ଆସନ ମିଳିବ। ତେବେ ନ୍ୟୁଜ୍‌ ଏକ୍ସର ସର୍ଭେ ଅନୁଯାୟୀ ବିଜେପିରୁ ୮ରୁ ୧୨ଟି ଆସନ, କଂଗ୍ରେସକୁ ୧୩ରୁ ୧୭ ଆସନ ଓ କନରାଡ ସାଙ୍ଗମାଙ୍କ ନେତୃତ୍ୱ ନ୍ୟାସନାଲ ପିପୁଲ୍ସ ପାର୍ଟିକୁ ୨୩ରୁ ୨୭ ଆସନ ମିଳିବ।
ନାଗାଲାଣ୍ଡରେ ସରକାର ଗଠନ ନେଇ ଅସ୍ପଷ୍ଟ ସୂଚନା ମିଳିଛି। ନ୍ୟୁଜ୍‌ ଏକ୍ସର ସର୍ଭେ ଅନୁଯାୟୀ ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡରେ ବିଜେପି ଓ ଏହାର ସହଯୋଗୀ ଦଳକୁ ୨୭ରୁ ୩୨ଟି ଆସନ ମିଳିବ। ଶାସକ ନାଗାଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ୨୦ରୁ ୨୫ ଆସନ ଓ କଂଗ୍ରେସକୁ ୨ଟି ଆସନ ମିଳିବ।
ଫେବୃଆରୀ ୧୮ରେ ତ୍ରିପୁରା ବିଧାନସଭା ପାଇଁ ଭୋଟ ଗ୍ରହଣ ହୋଇଥିବାବେଳେ ଫେବୃଆରୀ ୨୭ରେ ମେଘାଳୟ ଓ ନାଗାଲାଣ୍ଡରେ ଭୋଟ ଗ୍ରହଣ ହୋଇଥିଲା। ମାର୍ଚ୍ଚ ୩ରେ ଏହି ସବୁ ନିର୍ବାଚନର ଭୋଟ ଗଣତି ହେବ। ଭୋଟ ଗଣତି ପରେ ବାସ୍ତବ ଫଳ ମିଳିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories