www.samajalive.in
Saturday, December 6, 2025
16.1 C
Bhubaneswar

ନିୟମିତ କରନ୍ତୁ ଏହି ୩ଟି ଯୋଗାସନ ; ମିଳିବ ଆଶ୍ଚର୍ୟ୍ୟଜନକ ଲାଭ

ଯୁବକ ହୁଅନ୍ତୁ ଅଥବା ଯୁବତୀ, ପ୍ରତ୍ୟେକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ନିତାନ୍ତ ଆବଶ୍ୟକ। ଅଧିକାଂଶ ଲୋକେ ମୋଟାପଣ ଓ ଶରୀରର ମେଦବହୁଳତା କମ୍‌‌ କରିବା ପାଇଁ ଡାଏଟିଙ୍ଗ୍‌‌, ଯୋଗ ଓ ବ୍ୟାୟାମ, ବିଭିନ୍ନ ଯୋଗାସନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ।
ମାତ୍ର ଅନେକ ସମୟରେ ଡାଏଟିଙ୍ଗ୍‌‌,ବ୍ୟାୟାମ କରିବା ପରେ ମଧ୍ୟ ଅଧିକ ଲାଭ ମିଳିନଥାଏ। ଏହାସହ ଶରୀରର ଅନେକ ସ୍ଥାନରେ ଫ୍ୟାଟ୍‌‌ ଜମାଟ ବାନ୍ଧି ରହିଥାଏ। ହାତ, ଗୋଡ ଓ ପେଟ ତୁଳନାରେ ପିଠି ଅଂଶରେ ଥିବା ଫ୍ୟାଟ୍‌‌ କମ କରିବାରେ ଖୁବ ସମସ୍ୟା ହୋଇଥାଏ। ହାତ ଓ ଗୋଡରେ ଥିବା ଫ୍ୟାଟ୍‌‌ ସହଜରେ ହ୍ରାସ କରାଯାଇପାରେ। ମାତ୍ର ପିଠିରେ ଥିବା ଫ୍ୟାଟ୍‌‌କୁ ହ୍ରାସ କରିବା ପାଇଁ ଅଧିକ ସମୟ ଲାଗିଥାଏ। ମାତ୍ର ନିୟମିତ କିଛି ଯୋଗାସନ କରିବା ଦ୍ୱାରା ଫ୍ୟାଟ୍‌‌କୁ କମ କରି ହେବ।  ଫ୍ୟାଟ୍‌‌ ରୁ ମୁକ୍ତି ପାଇବା ପାଇଁ ନିୟମିତ ୩ଟି ଯୋଗାସନ କରିବା ଦ୍ୱାରା ଖୁବ ଲାଭ ମିଳିଥାଏ। ଜାଣନ୍ତୁ..
ଧନୁରାସନ – ଏହି ଆସନ କରିବା ଦ୍ୱାରା ପିଠିରେ ଥିବା ଫ୍ୟାଟ୍‌‌ ହ୍ରାସ ହୋଇ ରକ୍ତ ସଞ୍ଚାଳନ ସଠିକ ଭାବେ ହେବାରେ ସହାୟକ ହୋଇଥାଏ।
ପାଦହସ୍ତାସନ – ଏହି ଆସନ ଦ୍ୱାରା ମଧ୍ୟ ପିଠିରେ ଥିବା ଫ୍ୟାଟ୍‌‌ ହ୍ରାସ ହୋଇଥାଏ।
ଚକ୍ରାସନ – ଏହି ଆସନ କରିବା ଦ୍ୱାରା ପିଠିରେ ଥିବା ଫ୍ୟାଟ୍‌‌ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ। ଏହି ଆସନ ନିୟମିତ ଭାବେ କରିବା ଦ୍ୱାରା ପେଟରେ ଥିବା ଫ୍ୟାଟ କମିଥାଏ। ଏହି ଆସନ ଦ୍ୱାରା ହାତ, ଗୋଡ ଓ ପିଠି ମାଂସପେଶୀକୁ ମଜଭୂତ କରିଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories