www.samajalive.in
Monday, December 8, 2025
24.1 C
Bhubaneswar

ମଜୁରୀ ଦାବିରେ ଉପଜିଲାପାଳଙ୍କୁ ଘେରିଲେ ମନରେଗା ଶ୍ରମିକ

ଟିଟିଲାଗଡ଼:  ଟିଟିଲାଗଡ଼ ବ୍ଳକ ବାନ୍ଧୁପଳା ପଞ୍ଚାୟତର ୪୦ ଜଣ ମନରେଗା ଶ୍ରମିକଙ୍କ ପାଉଣା ହଡପ ଅଭିଯୋଗ ହୋଇଛି। ଏହାକୁ ନେଇ ଶ୍ରମିକ ମାସ ମାସ ଧରି ବ୍ଳକ ଏପିଓ, ବିଡ଼ିଓ, ଉପଜିଲାପାଳ ପ୍ରମୁଖ ସରକାରୀ ବାବୁଙ୍କ ପାଖକୁ ଧାଇଁଲେ। ହେଲେ ବର୍ଷ ବିତିଗଲା ଶ୍ରମିକଙ୍କ ପାଉଣା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେଲାନାହିଁ । ଜଣେ ଶ୍ରମିକ ଜିତୁ ସାହୁଙ୍କୁ ୧୫ ହଜାର ଟଙ୍କା ଦେଇ ଚୁପ ରହିବାକୁ ପ୍ରବର୍ତ୍ତା ଯାଉଥିବା ସେ ଅଭିଯୋଗ କରିଛନ୍ତି। ବର୍ତମାନର ଉପଜିଲାପାଳ ମନୋଜ ସତ୍ୟୱାନଙ୍କୁ ପୂର୍ବରୁ ଏନେଇ ଅଭିଯୋଗ କରିଥିଲେ। ଆଜି ଟିଟିଲାଗଡ଼ ଗରିବ ସେନା ସଭାପତି ଆଇନଜୀବୀ ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଶ୍ରମିକ ପୁଣି ଥରେ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ପାଉଣା ଦେବାକୁ ଅନୁନୟ ବିନୟ ହୋଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories