ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର
ଭୁବନେଶ୍ୱର: ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତକାଲି ତାଙ୍କର ୧୦ଟି ଠିକଣାରେ ଚଢାଉ କରିଥିଲା । ନିଜ ନାଁରେ ଓ ନିଜ ପତ୍ନୀ,ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ଠୁଳ କରିଥିଲେ ରାମଚନ୍ଦ୍ର । ସୋମବାର ଏକକାଳୀନ ୧୦ଟି ସ୍ଥାନରେ ଚଢାଉ କରିବା ପରେ ୨କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଥିଲଶ ଭିଜିଲାନ୍ସ । ଏହାସହିତ ୫୨ଟି ପ୍ଲଟ, ଫାର୍ମ ହାଉସ୍ ସହ ରାଇସ୍ ମିଲର ଠିକଣା ପାଇଥିଲା ଭିଜିଲାନ୍ସ । ଏହାପରେ ଆଜି ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରାଯାଇଛି ।
ସାବଧାନ! ସାଇବର ଠକଙ୍କ ନୂଆ ଚାଲ୍: ବିଏସଏନଏଲ୍ ନାଁରେ ଆସୁଛି କି ଏଭଳି ନୋଟିସ୍ – Samaja Live
Comments are closed.