www.samajalive.in
Friday, December 5, 2025
26.1 C
Bhubaneswar

ସାବଧାନ! ସାଇବର ଠକଙ୍କ ନୂଆ ଚାଲ୍‌: ବିଏସଏନଏଲ୍‌ ନାଁରେ ଆସୁଛି କି ଏଭଳି ନୋଟିସ୍‌

ବାଲେଶ୍ୱର: ଲୋକଙ୍କୁ ଠକିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି ସାଇବର ଠକ । ଗୋଟିଏ ଗୋଟିଏ ଠକେଇକୁ ନେଇ ଲୋକମାନେ ସଚେତନ ହେଉଥିବା ବେଳେ ଠକମାନେ ପୁଣି ନୂଆ ଉପାୟ ଆପଣାଇ ଠକେଇର ଜାଲ ଏଭଳି ବିଛାଉଛନ୍ତି ଯେ ଲୋକେ ସେଥିରେ ସହଜରେ ଫଶିଯାଉଛନ୍ତି । ଏଭଳି ଠକେଇରେ ଗାଁଲୋକଙ୍କ କଥା ତ ଛାଡ ଶିକ୍ଷିତ, ସହରୀ ଯୁବପୀଡିମାନେ ଫଶି ସର୍ବସ୍ୱ ହରାଉଛନ୍ତି । ଏବେ ଠକମାନେ ବିଏସଏନଏଲ୍‌ ସିମ୍‌ କାର୍ଡର କେୱାଇସି ଯାଞ୍ଚ ନେଇ ଠକିବା ଆରମ୍ଭ କରିଛନ୍ତି । ଯାହାକି ପୁଲିସ ପାଇଁ ଚ୍ୟାଲେଞ୍ଚ ପାଲଟିବା ସହ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ବିଭିନ୍ନ ହ୍ୱାଟସଆପ୍‌ ଗ୍ରୁପକୁ ସରକାରୀ ଘୋଷଣା ବା ନୋଟିସ୍‌ ଭଳି ଏକ ଚିଠି ଆସୁଛି । ଏହି ଚିଠିର ଉଭୟ ଡାହାଣ ଓ ବାମ ପାଶ୍ୱର୍ରେ ଅଶୋକ ସ୍ତମ୍ବ ରହିଛି । ମଝିରେ ବିଏସଏନଏଲର ଲୋଗୋ ମଧ୍ୟ ରହିଛି । ନୋଟିସରେ ଟ୍ରାଇର ଲୋଗୋ ଓ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ବୋଲି ନାଲି ରଙ୍ଗରେ ଷ୍ଟାମ୍ପ ରହିଛି । ନୋଟିସରେ ଏକ ବାରକୋଡ ମଧ୍ୟ ରହିଛି । ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ବିଏସଏନଏଲ୍‌ ସିମ୍‌ କାର୍ଡ ୨୪ଘଣ୍ଟା ଭିତରେ ଅଚଳ ହୋଇଯିବ । ଏହାର କାରଣ ଆପଣଙ୍କ କେୱାଇସି ଭେରିଫିକେସନ ହୋଇନାହିଁ । ଏସମ୍ପର୍କରେ ଅଧ୍ଚଳ ଜାଣିବା ପାଇଁ କଷ୍ଟମର କେୟାର ୭୪୩୯୨୮୯୩୪୦ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଏହି ନମ୍ବରରେ ଯୋଗାଯୋଗ କରିଲେ ହିନ୍ଦୀ ଭାଷାରେ ଜଣେ ଗମ୍ଭୀର ସ୍ୱରରେ ଆପଣଙ୍କ ସିମ୍‌ କାର୍ଡ ତୁରନ୍ତ ସସପେଣ୍ଡ ହୋଇଯିବ ବୋଲି କହୁଛନ୍ତି । ଏହାସହିତ ସମସ୍ତ ମୂଳ ଦସ୍ତାବିଜ ହ୍ୱାଟସଆପରେ ଦେବାକୁ କହୁଛନ୍ତି ।
ଏଠାରେ କହି ରଖୁ ଯେ ସମସ୍ତ ମୂଳ ଡକ୍ୟୁମେଣ୍ଟ ପ୍ରଦାନ କରିଲେ ଏହି ସାଇବର ଠକମାନେ ଗ୍ରାହକଙ୍କ ବ୍ୟାଙ୍କ ଆକଉଣ୍ଟରେ ଜମା ରାଶିକୁ ସଫା କରିଦେବେ । ଏଭଳି ଠକେଇ ବିରୋଧରେ ସମସ୍ତ ଗ୍ରାହକ, ସାଧାରଣ ଲୋକେ ସଚେତନ ହେବା ଜରୁରୀ । ଅନ୍ୟ ପକ୍ଷରେ ପ୍ରଦତ୍ତ ମୋବାଇଲ ନମ୍ବରକୁ ଆଧାର କରି ଠକଙ୍କୁ ଧରିବାକୁ ପୁଲିସ ଉଦ୍ୟମ କରିବା ଆବଶ୍ୟକ । ନୋଟିସରେ ଅନେକ ଭୁଲ ରହିଛି, ଯାହାକୁ ଆପଣ ଭଲ ଭାବରେ ଦେଖିଲେ ଜାଣିପାରିବେ ଯେ ଏହା ଠକଙ୍କ ଚାଲ୍‌ ବୋଲି ସହଜରେ ଜାଣିବା ସହ ସତର୍କ ରହିପାରିବେ ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories