www.samajalive.in
Tuesday, November 18, 2025
27.1 C
Bhubaneswar

ଅବକାରୀ ଚଢାଉ : ୭୭୯ଲିଟର ଦେଶୀମଦ ଜବତ,୪୨୦୦ଲିଟର ପୋଚ ନଷ୍ଟ

ଗୁରୁଡିଝାଟିଆ : ଜିଲ୍ଲା ସ୍ୱତନ୍ତ୍ର ଭ୍ରାମ୍ୟମାଣ ଅବକାରୀ ଦଳ ଓ ଆଠଗଡ ଅବକାରୀ ବିଭାଗ ଅଧିକାରୀଙ୍କ ମିଳିତ ଭାବେ ଆଜି ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଓର୍ଦା ନିକଟସ୍ଥ ଜଙ୍ଗଲରେ ଚଢାଉ କରାଯାଇଥିଲା । ରନ୍ଧନ କେନ୍ଦ୍ର ନିକଟରେ ଅତର୍କିତ ଭାବରେ ଅବକାରୀ କେନ୍ଦ୍ର ନିକଟରେ ପହଞ୍ଚି ସଂପୂର୍ଣ୍ଣ ପ୍ରସ୍ତୁ୍ତ ହୋଇ ବାହାରକୁ ଚୋରା ଚାଲାଣ ପାଇଁ ଥିବା ୭୭୦ ଲିଟର ଦେଶୀମଦ ଓ ମଦ ପ୍ରସ୍ତୁତପାଇଁ ଥିବା ୪୨୦୦ଲିଟର ପୋଚକୁ ନଷ୍ଟ କରାଯାଇଛି । ଜିଲ୍ଲା ଭ୍ରାମ୍ୟମାଣ ସ୍ୱତନ୍ତ୍ର ଅବକାରୀ ନିରୀକ୍ଷକ ସଞ୍ଜିତ କୁମାର ବାର୍ଲା ,କେଶବ ଦାସ,ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ ଚୌଧୁରୀ, ସହାକରୀ ନିରୀକ୍ଷକ ବିଜୟ କୁମାର ଭଞ୍ଚ ପ୍ରମୁଖ ଚଢାଉରେ ଭାଗନେଇ ଦେଶୀମଦ ଜବତ ସହିତ ପୋଚ ନଷ୍ଟ କରିଥିଲେ। ମୁଣ୍ଡ ଉପରେ ଦଶହରା ଥିବାରୁ ଏହି ଚଢାଉକୁ ଆହୁରି ଜୋରଦାର କରାଯିବ ବୋଲି ନିରୀକ୍ଷକ ଶ୍ରୀ ବାର୍ଲା ପ୍ରକାଶ କରିଛନ୍ତି।

Hot this week

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି ଚାଲିଛି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ଭଦ୍ରକ : ବାଂଲାଦେଶୀ ସନ୍ଦେହରେ ଭଦ୍ରକରେ ୧୭ ଜଣଙ୍କୁ ଅଟକ ରଖାଯାଇଛି।...

Related Articles

Popular Categories