www.samajalive.in
Friday, December 12, 2025
14.1 C
Bhubaneswar

୨୪ରେ କଂଗ୍ରେସରେ ଯୋଗଦେବେ ପାଟଣାର ପୂର୍ବତନ ବିଧାୟକ ହୃଷିକେଶ

କେନ୍ଦୁଝରଗଡ :  ପାଟଣାର ୫ଥରର ବିଧାୟକ ହୃଷିକେଶ ନାଏକ ଆସନ୍ତା ୨୪ ତାରିଖ ପାଟଣା ନିର୍ବାଚନମଣ୍ଡଳୀ ରାଜନଗର ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ନିଜର ଶତାଧିକ ସମର୍ଥକଙ୍କ ସହ ପୁଣିଥରେ କଂଗ୍ରେସରେ ଯୋଗଦେବା ନେଇ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ବୁଧବାର ଜିଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି । କେବଳ ପୂର୍ବତନ ବିଧାୟକ ହୃଷିକେଶ ନୁହଁନ୍ତି, ପୂର୍ବରୁ କଂଗ୍ରେସ ଦଳରେ ଥାଇ ପରବର୍ତ୍ତୀ ସମୟରେ ଦଳତ୍ୟାଗ କରିଥିବା ନେତାଙ୍କୁ ମଧ୍ୟ ପୁଣିଥରେ ଘରବାହୁଡା ନେଇ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ବହୁ ବିଜେଡି ଓ ବିଜେପି ନେତା ମଧ୍ୟ କଂଗ୍ରେସରେ ସାମିଲ ନେଇ ଯୋଗାଯୋଗରେ ଥିବା ପିସିସି ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର କହିଛନ୍ତି ।

ମୋତେ ଦଳ ଅଣଦେଖା କରିବାରୁ ଦଳରୁ ଇସ୍ତଫା ଦେଇ ପୁଣିଥରେ କଂଗ୍ରେସରେ ଆସନ୍ତା ୨୪ ତାରିଖରେ ଆନୁଷ୍ଠାନିକ ଭାବେ ଯୋଗଦେବି ବୋଲି ପାଟଣାର ପୂର୍ବତନ ବିଧାୟକ ଶ୍ରୀ ନାଏକ କହିଛନ୍ତି । ବିଜେଡିରୁ ଇସ୍ତଫା ଦେଇ ସାରିଥିବା ବେଳେ ଏଥିସହ ଆସନ୍ତା ୨୫ ତାରିଖରେ ଜିଲା ମୁଖ୍ୟାଳୟରେ ଜିଲା ଯୁବ କଂଗ୍ରେସ ପକ୍ଷରୁ ଏକ ଦିନିକିଆ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ପିସିସି ସମ୍ପାଦକ ସଂଗ୍ରାମ ଦାସ କହିଛନ୍ତି । ଖଣିବହୁଳ କେନ୍ଦୁଝର ଜିଲାରେ ବୃହତ୍‌‌ ଇସ୍ପାତ କାରଖାନା ପ୍ରତିଷ୍ଠା, ଜିଲାରେ ଖାଲି ପଡିଥିବା ଡାକ୍ତର ପଦ ପୁରଣ, କେନ୍ଦୁଝରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଡିଏମଏଫ୍‌‌ ପାଣ୍ଠିର ଦୁରୁପୋଯୋଗକୁ ବନ୍ଦ କରି ତା’ର ସଠିକ୍‌‌ ପରିଚାଳନା, ସ୍କୁଲ ଓ କଲେଜରେ ଖାଲି ପଡିଥିବା ଶିକ୍ଷକ ଅଧ୍ୟାପକ ପଦ ପୂରଣ ଏବଂ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ଆଦି ଦାବିରେ ଜିଲା କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପିସିସି ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର ସ୍ପଷ୍ଟ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories