www.samajalive.in
Saturday, December 6, 2025
14.1 C
Bhubaneswar

ସ୍ବତନ୍ତ୍ର ଇଭିଏମ ତିଆରି କଲେ ଏହି ବ୍ୟକ୍ତି; ମତଦାନ ପାଇଁ ସୃଷ୍ଟି କରୁଛନ୍ତି ସଚେତନତା

ନୂଆଦିଲ୍ଲୀ: ଦେଶରେ ନିର୍ବାଚନୀ ଉଷ୍ମତା ​ଦେଖାଦେଇଛି। ସବୁଦଳ ନିର୍ବାଚନ ମୁଡ୍‌ରେ ରହିଛନ୍ତି। ୧୧ ଏପ୍ରିଲରୁ ମେ ୧୯ ପର୍ଯ୍ୟନ୍ତ ମୋଟ ୭ଟି ପର୍ଯ୍ୟାୟରେ ମତଦାନ ହେବ। ଲୋକଙ୍କୁ ନିର୍ବାଚନରେ ଭୋଟଦେବା ଲାଗି ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ନେତାମାନେ ନିବେଦନ କରୁଛନ୍ତି। ଏସବୁ ଭିତରେ ତାମିଲନାଡୁର ଜଣେ ବ୍ୟକ୍ତି ମତଦାନ ପ୍ରତି ଲୋକଙ୍କୁ ସଚେତନ କରିବା ଏକ ସ୍ବତନ୍ତ୍ର ଇଭିଏମ ତିଆରି କରିଛନ୍ତି।

Image courtesy: Hindi Samajalive.in

ତାମିଲନାଡୁର କୋଏମ୍ବାଟୁର ନିବାସୀ ରାଜା ନାମକ ଏହି ବ୍ୟକ୍ତି ତିଆରି କରିଥିବା ଇଭିଏମର ପ୍ରତିକୃତିରେ ସୁନା ଏବଂ ରୁପା ବ୍ୟବହାର କରିଛନ୍ତି। ଏଥିରେ ୧ ଗ୍ରାମ ସୁନା ଏବଂ ୩୦୦ ମିଲିଗ୍ରାମ ରୁପା ବ୍ୟବହାର କରାଯାଇଛି। ଇଭିଏମରେ ୧୮ଟି ରାଜନୈତିକ ଦଳର ନିର୍ବାଚନୀ ଚିହ୍ନ ରହିଛି। ଏହା ବ୍ୟତୀତ ସେ ଏକ କମ୍ପାସ ବି ତିଆରି କରିଛନ୍ତି, ଯେଉଁଥିରେ ଗୋଟିଏ ପେନସିଲ ଲାଗିଛି। ଏହି ପେନସିଲରେ ଜଣେ ବ୍ୟକ୍ତିଙ୍କ ଛବି ଅଙ୍କା ଯାଇଛି, ଯିଏ ନିଜ ଅଙ୍ଗୁଳି ଉଠାଇ ଲୋକଙ୍କୁ ମତଦାନ କରିବାକୁ ନିବେଦନ କରୁଛନ୍ତି।

- Advertisement -

ଏହା ପୂର୍ବରୁ ମଧ୍ୟ ରାଜା ଅନେକ କଳାକୃତି ତିଆରି କରି ରେକର୍ଡ ସୃଷ୍ଟି କରିଛନ୍ତି।​‌ ସେ ମହମବତିରେ ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଅବଦୁଲ କଲାମଙ୍କ ଭଳି ମହାନ ବ୍ୟକ୍ତିଙ୍କ ପ୍ରତିକୃତି ତିଆରି କରି ପ୍ରଶଂସା ସାଉଁଟିଛନ୍ତି। ଏବେ ସେ ଲୋକଙ୍କୁ ମତଦାନ କରିବାକୁ ଉତ୍ସାହିତ କରିବା ଲାଗି ସୁନା ଏବଂ ରୁପା ସହାୟତାରେ ନିଆରା ଇଭିଏମର ପ୍ରତିକୃତି ତିଆରି କରିଛନ୍ତି। ପୋଙ୍ଗଲ ଅବସରରେ ସେ ଜଲିକଟୁ ପ୍ରସଙ୍ଗର ମହତ୍ଵକୁ ବୁଝାଇବା ପାଇଁ ଏକ ବଳଦର ଚିତ୍ର ଡିଜାଇନ କରି ଚର୍ଚ୍ଚାକୁ ଆସିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories