www.samajalive.in
Monday, December 15, 2025
26.1 C
Bhubaneswar

କରୋନା ଯୋଗୁ ଓଡ଼ିଶାର ହାରାହାରି ମୁଣ୍ଡପିଛା ଆର୍ଥିକ କ୍ଷତି ୧୪୭୪୫ ଟଙ୍କା

ଓଡ଼ିଶାର ମୋଟ କ୍ଷତି ପରିମାଣ ୬୩୪୦୩ କୋଟି ଟଙ୍କା

ଦେଶର ପ୍ରତ୍ୟେକ ଲୋକଙ୍କ ହାରାହାରି କ୍ଷତି ୨୭ ହଜାର ଟଙ୍କା 

ମହାରାଷ୍ଟ୍ରର ସାମଗ୍ରିକ କ୍ଷତି ପାଖାପାଖି ୫.୩୯ ଲକ୍ଷ କୋଟି ଟଙ୍କା

ଗୋଆରେ ମୁଣ୍ଡପିଛା କ୍ଷତି ପରିମାଣ ସର୍ବାଧିକ ୧.୦୫ ଲକ୍ଷ ଟଙ୍କା

ଗତବର୍ଷ ତୁଳନାରେ ରାଜ୍ୟଗୁଡ଼ିକର କରଜ ୪୨% ବୃଦ୍ଧି

ଭୁବନେଶ୍ଵର: କରୋନା ସଂକ୍ରମଣଯୋଗୁଁ ଭାରତର ପ୍ରତ୍ୟେକ ନାଗରିକ ଆର୍ଥିକ କ୍ଷତିଗ୍ରସ୍ତ ହୋଇଛନ୍ତି । ମୁଣ୍ଡ ପିଛା ଦେଶର ପ୍ରତ୍ୟେକ ବ୍ୟକ୍ତି ହାରାହାରି ୨୭ ହଜାର ଟଙ୍କା ହରାଇଛନ୍ତି । ଆଉ ରାଜ୍ୟ ଅନୁସାରେ ଏହାର ହିସାବ କଲେ କେଉଁଠି ଅଧିକ ତ କେଉଁଠି କମ୍ । ଆକଳନ ଅନୁସାରେ ଓଡ଼ିଶା କରୋନା ଯୋଗୁଁ ୬୩୪୦୩ କୋଟି ଟଙ୍କା କ୍ଷତି ସହିଛି । ରାଜ୍ୟର ୪.୩ କୋଟି ଜନସଂଖ୍ୟା ଆଧାରରେ ଜଣପିଛା ଓଡ଼ିଶାର ପ୍ରତ୍ୟେକ ଲୋକ (ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ) ୧୪୭୪୫ ଟଙ୍କା ଆର୍ଥିକ କ୍ଷତିଗ୍ରସ୍ତ ହୋଇଛନ୍ତି।

କରୋନା ଭୂତାଣୁ ସଂକ୍ରମଣ ଆପଣଙ୍କ ଉପରେ କେତେ ପ୍ରଭାବ ପକାଇଛି ? ହୁଏତ ଏ ପ୍ରଶ୍ନରେ କେହି କହିପାରନ୍ତି ବହୁତ, କେହି କହିପାରନ୍ତି କମ୍, ବା କେହି କହିପାରନ୍ତି କିଛି ପ୍ରଭାବ ପକାଇନାହିଁ । ମାତ୍ର ବାସ୍ତବିକତା ହେଉଛି କରୋନା ଅନ୍ୟ ଦେଶ ପରି ଭାରତର ପ୍ରତ୍ୟେକ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ କରିଛି । ଦେଶର ପ୍ରତ୍ୟେକ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି । ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇର ଏକ ରିପୋର୍ଟରେ ଏହା ପ୍ରତିଫଳିତ ହୋଇଛି ।

 

- Advertisement -

ଗତ ଅଗଷ୍ଟ ୧୭ ତାରିଖରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । କରୋନା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟ ୩୮ ଲକ୍ଷ କୋଟି ଟଙ୍କା କ୍ଷତିଗ୍ରସ୍ତ ହୋଇଥିବା ଏଥିରେ ଆକଳନ କରାଯାଇଥିଲା । ଏହାର ପରିମାଣ ଏତେ ଅଧିକ ଯେ ତାହା ସାଧାରଣତଃ କଳ୍ପନା କରାଯାଇ ପାରିବ ନାହିଁ । ପରିସଂଖ୍ୟାନ ଦେଖିଲେ ଏହା ଦେଶର ସମସ୍ତ ରାଜ୍ୟର ଜିଡ଼ିପି (ସାମଗ୍ରିକ ଅଭିବୃଦ୍ଧି ଦର)ର ପ୍ରାୟ ୧୭% ।

ଯେଉଁ ରାଜ୍ୟରେ କରୋନା ସଂକ୍ରମଣ ହାର ଯେତେ ଅଧିକ ସେହି ରାଜ୍ୟ ସମାନୁପାତିକ ଭାବରେ ଏଥିରେ କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ୭ ଲକ୍ଷରୁ ଅଧିକ ଏବଂ ଏହା ଯୋଗୁଁ ଏହି ରାଜ୍ୟ ସର୍ବାଧିକ ଆର୍ଥିକ କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ରରେ କରୋନା ଯୋଗୁଁ ପ୍ରାୟ ୫.୩୯ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି ଏବଂ ସାରା ଦେଶରେ କରୋନା ଜନିତ ଆର୍ଥିକ କ୍ଷତିର ୧୪.୨% କେବଳ ମହାରାଷ୍ଟ୍ରରେ ହିଁ ହୋଇଛି ।

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ରାଜ୍ୟଗୁଡ଼ିକର ଜିଡ଼ିପି ୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଛି । ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ପକେଟ ଉପରେ ପଡ଼ିଛି । ଦେଶର ୧୩୦ କୋଟି ଲୋକ କରୋନା ଯୋଗୁଁ ହାରାହାରି ୨୭ ହଜାର ଟଙ୍କା ହରାଇଛନ୍ତି । ଯେଉଁଠି ମହାରାଷ୍ଟ୍ରର ଜିଡ଼ିପି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ସେଠାରେ ରାଜ୍ୟର ଲୋକସଂଖ୍ୟା ଆଧାରରେ ମୁଣ୍ଡପିଛା କ୍ଷତି ୩୮୮୪୧ ଟଙ୍କା ବୋଲି ଆକଳନ ହୋଇଛି । ସେହିପରି ଦିଲ୍ଲୀରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଆର୍ଥିକ କ୍ଷତି ୮୭୨୨୩ ଟଙ୍କା ବୋଲି କୁହାଯାଉଛି ।

ଯେଉଁ ରାଜ୍ୟର ଲୋକସଂଖ୍ୟାକ କମ୍ ସେଠାରେ ରାଜ୍ୟର କ୍ଷତି ଅନୁସାରେ ଲୋକମାନେ ଆର୍ଥିକ ପ୍ରଭାବିତ ହୋଇଛନ୍ତି । ଆକଳନ ଅନୁସାରେ ଗୋଆର ଜିଡ଼ିପିରେ ୧୬୫୧୮ କୋଟି ଟଙ୍କା କ୍ଷତି ଘଟାଇଛି କରୋନା । ଫଳରେ ଏହି ରାଜ୍ୟର ପ୍ରତ୍ୟେକ ଲୋକ ଅନ୍ୟୂନ ୧.୦୫ ଲକ୍ଷ ଟଙ୍କା ହାରାହାରି କ୍ଷତି ସହିଛନ୍ତି ।

ଆକଳନ ଅନୁସାରେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ହାରାହାରି କ୍ଷତି ୧୪୭୪୫ ଟଙ୍କା । ସେହିପରି ତାମିଲନାଡ଼ୁରେ ପ୍ରତ୍ୟେକ ବ୍ୟକ୍ତି ହାରାହାରି ୪୫୮୯୭, ଆନ୍ଧ୍ରପ୍ରଦେଶରେ ୪୭୭୨୭, ତେଲଙ୍ଗାନାରେ ୬୭୮୮୩, ପଶ୍ଚିମବଙ୍ଗରେ ୧୯୯୬୫, ଉତ୍ତରପ୍ରଦେଶରେ ୧୪୦୦୬, ଉତ୍ତରାଖଣ୍ଡରେ ୩୨୨୬୨, ଚଣ୍ଡୀଗଡ଼ରେ ୭୭୫୪୫, କେରଳରେ ୪୪୬୮୪, କର୍ଣ୍ଣାଟକରେ ୩୯୧୨୭, ମଧ୍ୟପ୍ରଦେଶରେ ୧୬୩୭୪, ଗୁଜରାଟରେ ୪୫୦୧୮, ରାଜସ୍ଥାନରେ ୨୪୦୮୫, ହରିଆଣାରେ ୫୨୬୯୬, ପଞ୍ଜାବରେ ୩୪୦୮୧, ହିମାଚଳ ପ୍ରଦେଶରେ ୩୧୮୫୭, ଜାମ୍ମୁକାଶ୍ମୀରରେ ୨୦୧୪୫ ଟଙ୍କା ପ୍ରତ୍ୟେକ ବ୍ୟକ୍ତିବିଶେଷ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।

କରୋନା ଯୋଗୁଁ ପ୍ରତ୍ୟେକ ରାଜ୍ୟଗୁଡ଼ିକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବାରୁ ସ୍ବାଭାବିକ ଭାବରେ ବିତ୍ତୀୟ ନିଅଣ୍ଟ ଭରଣା କରିବାକୁ କରଜ କରିବା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ରାଜ୍ୟର କରଜ ପରିମାଣ ବୃଦ୍ଧି ପାଇଛି । ପ୍ରତିବର୍ଷ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିଜନିଜ ବଜେଟ ଆଣିଥାଆନ୍ତି । ଏଥିରେ ସ୍ବାଭାବିକ ଭାବରେ କେତେ ରାଜସ୍ବ ମିଳିବ ଓ କେତେ ଖର୍ଚ ହେବ ତାହାର ହିସାବନିକାଶ ହୋଇଥାଏ । ବଜେଟ ନିଅଣ୍ଟ ଭରଣା କରିବା ନିମନ୍ତେ ସରକାର କରଜ ନେଇଥାଆନ୍ତି । କେତେକସ୍ଥାନରେ ଏହାକୁ ଡ଼େଭଲପମେଣ୍ଟ ଲୋନ କୁହାଯାଏ ଏବଂ ରିଜର୍ଭ ବ୍ୟାଙ୍କ ଏହାକୁ ପରିଚାଳନା କରିଥାଏ ।

ଆର୍ଥିକ ପରିସଂଖ୍ୟାନ ଓ ଡ଼ାଟା ସଂକ୍ରାନ୍ତରେ କାର୍ଯ୍ୟ କରୁଥିବା ୱେବସାଇଟ୍ ‘‘ଫ୍ୟାକଲ୍ଟି’’ର ରିପୋର୍ଟ ଅନୁସାରେ କରୋନା ସଂକ୍ରମଣ ଯୋଗୁଁ ବିଭିନ୍ନ ରାଜ୍ୟ ସରକାର ଢ଼େର କରଜ କରିଛନ୍ତି । ପ୍ରତ୍ୟେକ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଗତ ଆର୍ଥିକ ବର୍ଷରେ ନିଆଯାଇଥିବା କରଜ ତୁଳନାରେ ଚଳିତ ବର୍ଷ ବିଭିନ୍ନ ରାଜ୍ୟସରକାର ‘ଡ଼େଭଲପମେଣ୍ଟ ଲୋନ’ ଭାବରେ  ୧.୩୨ ଲକ୍ଷ କୋଟି ଟଙ୍କା ଅଧିକ କରଜ ନେଇଛନ୍ତି । ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୪୨% ଅଧିକ । ଏହି ପରିସଂଖ୍ୟାନ ଅନୁସାରେ ଚଳିତ ବର୍ଷ କେବଳ ଏପ୍ରିଲ ମାସରେ ରାଜ୍ୟ ସରକାରଗୁଡ଼ିକ ୫୫୩୩୨ କୋଟି ଟଙ୍କା ଋଣ କରିଛନ୍ତି । ୨୦୧୯ ଏପ୍ରିଲମାସରେ ଏହି ପରିମାଣ ୨୯୫୭୨ କୋଟି ଟଙ୍କା ରହିଥିଲା । ଅର୍ଥାତ୍ କେବଳ ଏପ୍ରିଲମାସରେ ଗତବର୍ଷ ତୁଳନାରେ ରାଜ୍ୟଗୁଡ଼ିକ ପାଖାପାଖି ଅଧିକ ୨୬ ହଜାର କୋଟି ଟଙ୍କା ଋଣ ନେଇଛନ୍ତି । ସେହିପରି ମେ ମାସରୁ ଜୁଲାଇ ମାସ ମଧ୍ୟରେ ରାଜ୍ୟସରକାରଗୁଡ଼ିକ ୪୫ ହଜାର କୋଟି ଟଙ୍କା କରଜ କରିଥିବା ସୂଚନା ମିଳିଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories