www.samajalive.in
Saturday, December 6, 2025
26.1 C
Bhubaneswar

କରୋନାକୁ ଅଣଦେଖା ; ଜାକଜମକ ପୂଜା ସହ ଲୋକେ ପାଳନକଲେ ଗଣେଶ ଭସାଣ

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିସାରିଛି। ଏହାର କବଳରୁ ନିଜକୁ ରକ୍ଷା ସୁରକ୍ଷିତ ରଖିବା ପାଇଁ ସରକାର ବିଭିନ୍ନ ନିୟାବଳୀ ଲାଗୁ କରିଛନ୍ତି। ଦୀର୍ଘ ୫ ମାସ ହେବ ସାରା ରାଜ୍ୟ ତଥା ଦେଶରେ ଲକଡ଼ାଉନ, ସଟଡ଼ାଉନ ନିୟମ ଲାଗୁ କରାଯାଉଛି। ଏହାସହ ଅତି ଆବଶ୍ୟକ ନହେଲେ ଘରୁ ବାହାରକୁ ଯିବାକୁ ମଧ୍ୟ ବାରଣ କରାଯାଉଛି। ଘରୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର, ହାତରେ ସାନିଟାଇଜର ଲଗାଇବା , ବାହାରେ ସାମାଜିକ ଦୂରତ୍ୱ ରକ୍ଷା କରିବା , ବାହାରୁ ଘରକୁ ଆସିବା ମାତ୍ରେ ହାତକୁ ପରିଷ୍କାର କରି ଧୋଇବା ଇତ୍ୟାଦି। ମାତ୍ର ଏଭଳି କଟକଣା ସତ୍ବେ କିଛି ଅମାନିଆଙ୍କ ଓ ଜାଣି ଶୁଣି ଭୁଲ କରୁଥିବା ଲୋକଙ୍କ ପାଇଁ କରୋନା ଭୂତାଣୁ ସଂକ୍ରମଣ ଅଧିକ ବୃଦ୍ଧି ପାଉଛି। ଏଭଳି ହିଁ ଏକ ଘଟଣା ଏବେ  ଟଙ୍କପାଣି ରୋଡ଼ ସାଇମନ୍ଦିର ନିକଟସ୍ଥ ବନକୁଆଲର ଏକ ଆପାର୍ଟମେଣ୍ଟରେ ଦେଖିବାକୁ ମିଳିଛି।

https://www.youtube.com/watch?v=xQHEkyB00Y8

- Advertisement -

ଏଠାରେ ଲୋକେ ଏକାଠି ହୋଇ ଗଣେଶ ପୂଜା କରିବା ସହ ଗଣେଶଙ୍କ ଭସାଣି ଉତ୍ସବ କରି ନାଚଗୀତରେ ନିଜକୁ ହଜାଇ ଦେଇଛନ୍ତି। ସେହି ସମୟରେ ସେମାନେ ମାସ୍କ ମଧ୍ୟ ବ୍ୟବହାର କରି ନଥିବା  ଭିଡ଼ିଓରେ ଦେଖାଯାଇଛି। ଯେଭଳି କରୋନା ଭୂତାଣୁ ଓଡ଼ିଶାରୁ ଉଭେଇ ଯାଇଛି। ଏହାପରେ ଗଣେଶ ପୂଜାରେ ଅଗ୍ରଣୀ ଭୂମିକା ଗ୍ରହଣ କରିିଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ୩ଟିଯାକ ଆପାର୍ଟମେଣ୍ଟରେ କୋକୁଆ ଭୟ ସୃଷ୍ଟି ହୋଇଛି ।  ଏହି ଆପାର୍ଟମେଣ୍ଟରେ ୩ଟି ବ୍ଲକ ରହିଛି ଓ ଏଥିରେ ପ୍ରାୟ ୨୦୦ ପରିବାର ରହୁଛନ୍ତି । ମାତ୍ର ସାମାଜିକ ଦୂରତ୍ଵ ଓ କୋଭିଡ଼ କଟକଣା ନ ମାନି ଗଣେଶ ଉତ୍ସବ ପାଳନ କରିବା ଲୋକଙ୍କ ପାଇଁ ମହଙ୍ଗା ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories