www.samajalive.in
Saturday, December 6, 2025
15.1 C
Bhubaneswar

ୟୁରୋପ ହିଁ କରୋନା ସଂକ୍ରମଣର କେନ୍ଦ୍ରବିନ୍ଦୁ : ଡବ୍ଲ୍ୟୁଏଚ୍‍ଓ  

ଜେନେଭା : କରୋନା ଭୂତାଣୁ ସାରା ବିଶ୍ୱକୁ ବ୍ୟାପୀବାରେ ୟୁରୋପ ମୁଖ୍ୟତଃ ଏହାର କେନ୍ଦ୍ରବିନ୍ଦୁ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‍ଓ)  କହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଡବ୍ଲ୍ୟୁଏଚ୍‍ଓ ମୁଖ୍ୟ ଟେଡ୍ରସ୍‍ ଅଧନମ୍‍ ଘେବ୍ରିୟେସ୍‍ କହିଛନ୍ତି ଏହି ଭୂତାଣୁ ସଂକ୍ରମଣ କେତେବେଳେ ଚରମ ପର୍ଯ୍ୟାୟରେ ପହଞ୍ଚିବ ତାହା କହିବା ସମ୍ଭବ ନୁହେଁ। ଚୀନ୍‍ ବ୍ୟତୀତ ସବୁଠାରୁ ଅଧିକ ସଂକ୍ରମଣର ଖବର ୟୁରୋପରୁ ଆସୁଥିବା ସେ କହିଛନ୍ତି। ସେହିପରି ୟୁରୋପରୁ ହିଁ  ଅଧିକ ସଂଖ୍ୟକ ଲୋକ ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଛନ୍ତି।

ଡିସେମ୍ବର ମାସରେ ଚୀନରେ ଦେଖାଦେଇଥିବା ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ୫ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ଓ ସମଗ୍ର ବିଶ୍ୱରୁ ୧ଲକ୍ଷ ୩୪ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। ଡବ୍ଲ୍ୟୁଏଚ୍‍ଓ ମୁଖ୍ୟ କହିଛନ୍ତି ଭୂତାଣୁ ସଂକ୍ରମଣ ଯୋଗୁଁ ୫ହଜାରରୁ ଅଧିକ ଲୋକ ପ୍ରାଣ ହରାଇବା ଏକ ଦୁଃଖଦପୂର୍ଣ୍ଣ ଘଟଣା।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories