www.samajalive.in
Wednesday, December 10, 2025
15.1 C
Bhubaneswar

ପ୍ରି- କ୍ବାର୍ଟର ପର୍ଯ୍ୟାୟ ଆଜିଠାରୁ : ୱେଲ୍‌ସ-ଡେନ୍‌ମାର୍କ, ଇଟାଲୀ-ଅଷ୍ଟ୍ରିଆ ଲଢ଼େଇ

ଲଣ୍ଡନ : ୟୁରୋ କପ୍ ଫୁଟବଲର ଶନିବାର ଦୁଇଟି ପ୍ରି- କ୍ବାର୍ଟର ପର୍ଯ୍ୟାୟ ସହ ନକ୍‌ଆଉଟ୍‌ ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହେବ। ଆମଷ୍ଟାରଡାମ୍‌ରେ ପ୍ରଥମ ପ୍ରି- କ୍ବାର୍ଟର ଫାଇନାଲରେ ୱେଲ୍‌ସ – ଡେନମାର୍କ ଓ ଲଣ୍ଡନରେ ଦ୍ବିତୀୟ ପ୍ରି- କ୍ବାର୍ଟର ଫାଇନାଲରେ ଇଟାଲୀ- ଅଷ୍ଟ୍ରିଆ ମୁହଁାମୁହିଁ ହେବେ। ୨୦୧୬ରେ ସେମିଫାଇନାଲରେ ପ୍ରବେଶ କରିଥିବା ୱେଲ୍‌ସ ଚଳିତ ସଂସ୍କରଣରେ ଗ୍ରୁପ-ଏ ରେ ସ୍ଥାନ ପାଇଥିଲା। ଦଳ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଗ୍ରୁପ ରନର୍ସଅପ ସହ ସିଧାସଳଖ ଶେଷ ୧୬ରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ୧୯୯୨ ବିଜେତା ଡେନମାର୍କ ଗ୍ରୁପ-ବିରେ ସ୍ଥାନ ପାଇଥିଲା। ଦଳ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୩ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନ ସହ ପ୍ରି- କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ୱେଲ୍‌ସ ଓ ଡେନମାର୍କ ଉଭୟ ଦଳ ପୂର୍ବରୁ ୟୁରୋକପର ନକ୍‌ଆଉଟ୍‌ ଖେଳିବାର ଅଭିଜ୍ଞତା ରହିଛି। ଚଳିତ ଥର ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ କେହି କାହାରିଠାରୁ କମ୍‌ ନୁହଁନ୍ତି। ଡେନ୍‌ମାର୍କର ୟୁସୁଫ୍‌ ପୌଲସେନ୍ ୨ଟି ଗୋଲ ଦେଇ ଭଲ ଫର୍ମରେ ରହିଛନ୍ତି। ୱେଲ୍‌ସକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ ନେଇ ଦଳ ଦୃଢ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ଡେନମାର୍କକୁ ଚକ୍‌ମା ଦେବା ନେଇ ୱେଲ୍‌ସ ମଧ୍ୟ ପ୍ରସ୍ତୁତ ରହିଛି। ସେହିପରି ଲଣ୍ଡନରେ ୧୯୬୮ ଚମ୍ପିଆନ ଇଟାଲୀ ଓ ଅଷ୍ଟ୍ରିଆ ମୁହଁାମୁହିଁ ହେବେ। ଅଷ୍ଟ୍ରିଆ ବିପକ୍ଷରେ ଇଟାଲୀ ଫେବରିଟ୍‌ ବିବେଚନା କରାଯାଉଛି। ଇଟାଲୀ ଚଳିତ ଥର ଗ୍ରୁପ -ଏ ରେ ସ୍ଥାନ ପାଇଥିଲା​। ଦଳ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୯ ପଏଣ୍ଟ ପାଇ ଗ୍ରୁପ ଶୀର୍ଷ ସ୍ଥାନ ହାସଲ କରିଥିଲା। ଲିଗ୍‌ ପର୍ଯ୍ୟାୟରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଥିବା ଇଟାଲୀର ମାନୁଏଲ ଲୋକାଟେଲି ଓ ସିରୋ ଇମୋବିଲ୍‌ ପ୍ରତ୍ୟେକ ଦୁଇଟି ଲେଖାଏଁ ଗୋଲ ସ୍କୋର କରିଛନ୍ତି। ଗ୍ରୁପ ସି ରେ ସ୍ଥାନ ପାଇଥିବା ଅଷ୍ଟ୍ରିଆ ୩ଟି ମ୍ୟାଚରୁ ୨ଟି ବିଜୟ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ଗ୍ରୁପ ରନର୍ସଅପ ସହ ନକ୍ଆଉଟକୁ ଉନ୍ନୀତ ହୋଇଛି। ଦୃଢ ଆତ୍ମବିଶ୍ବାସରେ ରହିଥିବା ଇଟାଲୀ ଅଷ୍ଟ୍ରିଆକୁ ପରାସ୍ତ କରି କ୍ବାର୍ଟର ଫାଇନାଲ ପ୍ରବେଶ ନେଇ ଆଶା ରଖିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories