www.samajalive.in
Sunday, December 14, 2025
15.1 C
Bhubaneswar

ୟୁରୋ କପ୍‌ : ଇଂଲଣ୍ଡ- ଡେନମାର୍କ ସେମି ଲଢ଼େଇ

ରୋମ୍‌ : ୟୁରୋ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର କ୍ବାର୍ଟରଫାଇନାଲ ପର୍ଯ୍ୟାୟ ଶେଷ ହୋଇଯାଇଛି। ଏବେ ୪ଟି ଦଳ ଟ୍ରଫି ପାଇଁ ଲଢ଼େଇ କରିବେ। ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଇଟାଲୀ-ସ୍ପେନ୍‌ ଏବଂ ବୁଧବାର ୨ୟ ସେମିଫାଇନାଲରେ ଇଂଲଣ୍ଡ-ଡେନମାର୍କ ମୁକାବିଲା ହେବ। ଶନିବାର ଶେଷ କ୍ବାର୍ଟର ଫାଇନାଲରେ ଇଂଲଣ୍ଡ ୪-୦ ଗୋଲରେ ୟୁକ୍ରେନକୁ ପରାସ୍ତକରି ସେମିଫାଇନାଲରେ ପ୍ରବେଶ କରିଛି। ପ୍ରିକ୍ବାର୍ଟରରେ ଜର୍ମାନୀକୁ ପରାସ୍ତ କରିଥିବା ଇଂଲଣ୍ଡ କ୍ବାର୍ଟରରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଟାଇଟଲ ଦାବିଦାର ଭାବେ ଉଭା ହୋଇଛି। ଅଧିନାୟକ ହାରି କେନ୍‌ଙ୍କ ୨ଟି ଗୋଲ୍‌ ବଳରେ ଏହି ଏକତରଫା ବିଜୟ ହାସଲ କରିଛି ଇଂଲଣ୍ଡ।
ଖେଳର ଆରମ୍ଭରୁ ​‌େ​‌ଶଷ ପର୍ଯ୍ୟନ୍ତ ଇଂଲଣ୍ଡ ପ୍ରଭାବଶାଳୀ ପ୍ରଦର୍ଶନ କରିଥିିଲା। ସ୍ବିଡେନକୁ ପରାସ୍ତକରି କ୍ବାର୍ଟରଫାଇନାଲରେ ପହଞ୍ଚିଥିବା ୟୁକ୍ରେନ୍ ଆଉ ଏକ ବିପର୍ଯ୍ୟୟର ଆଶା ରଖିଥିଲା। ୪ମିନିଟରେ ଇଂଲଣ୍ଡ ଅଧିନାୟକ ହାରି କେନ୍‌ ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ଇଂଲଣ୍ଡ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଇଂଲଣ୍ଡ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଆଉ ୩ଟି ଗୋଲ୍‌ ଦେଇଥିଲା। ୪୬ ମିନିଟ୍‌ରେ ହାରୀ ମାଗ୍ବେର ଗୋଲ୍‌ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ଠିକ୍‌ ୪ ମିନିଟ୍‌ ପରେ ଇଂଲଣ୍ଡ ୩ୟ ଗୋଲ ଦେଇଥିଲା। ଅଧିନାୟକ ହାରି କେନ୍‌ ୫୦ ମିନିଟ୍‌ରେ ବ୍ୟକ୍ତିଗତ ୨ୟ ଓ ଦଳ ପକ୍ଷରୁ ୩ୟ ଗୋଲ ଦେଇଥିଲେ। ୩ଟି ଗୋଲ ବରଣ କରିବା ପରେ ୟୁକ୍ରେନ ମ୍ୟାଚକୁ ଫେରିବା ବାଟ ବନ୍ଦ ହୋଇ ଯାଇଥିଲା। ୬୩ ମିନିଟ୍‌ରେ ଜୋର୍ଡାନ ହେଣ୍ଡରସନ ୪ର୍ଥ ଗୋଲ୍‌ଦେଇ ଦଳକୁ ୪-୦ରେ ଆଗୁଆ କରିଥିଲେ। ଶେଷ ପର୍ଯ୍ୟନ୍ତ ୟୁକ୍ରେନ ଗୋଲ ଦେବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଇଂଲଣ୍ଡ ରକ୍ଷଣାପନ୍ଥୀ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲେ। ଆଦୌ ଚମ୍ପିଆନ୍ ହୋଇନଥିବା ଇଂଲଣ୍ଡ ଏହାକୁ ମିଶାଇ ୩ୟ ଥର ୟୁରୋ କପ୍‌ର ସେମିଫାଇନାଲରେ ପହଞ୍ଚିଛି।

ସେମିଫାଇନାଲ ଖେଳସୂଚୀ
୬।୭ : ସ୍ପେନ୍‌ ବନାମ ଇଟାଲୀ : ରାତି ୧୨.୩୦
୭।୭ : ଇଂଲଣ୍ଡ ବନାମ ଡେନମାର୍କ : ରାତି ୧୨.୩୦

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories