www.samajalive.in
Saturday, December 6, 2025
14.1 C
Bhubaneswar

ୟୁରୋ-୨୦୨୪: ଆଜି ସ୍ପେନ୍‌-ଇଂଲଣ୍ଡ ଫାଇନାଲ

ବର୍ଲିନ: ୟୁରୋ-୨୦୨୪ର ଫାଇନାଲ ମ୍ୟାଚ ରବିବାର ବର୍ଲିନର ଅଲିମ୍ପିଆ ଷ୍ଟାଡ଼ିୟମରେ ସ୍ପେନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ଭାରତୀୟ ସମୟ ରାତି ୧୨ଟା୩୦ରେ ଖେଳାଯିବ। ଇଂଲଣ୍ଡ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଥିବାବେଳେ ପ୍ରଥମ ଟାଇଟଲ ଜିତିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ସ୍ପେନ ୫ମ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଦଳ ପୂର୍ବରୁ ୪ଥର ଫାଇନାଲ ଖେଳି ୩ଥର ଚମ୍ପିଆନ ଓ ଥରେ ରନର୍ସଅପ ହୋଇଛି। ଦୁଇ ଦଳ ଅପରାଜୟ ସହ ଫାଇନାଲରେ ପହଞ୍ଚିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

ଇଂଲଣ୍ଡ ଲିଗ୍‌ ପର୍ଯ୍ୟାୟରେ ୧-୦ ଗୋଲରେ ସର୍ବିଆକୁ ପରାସ୍ତ କରିଥିବାବେଳେ ଡେନମାର୍କ ସହ ୧-୧ ଓ ସ୍ଲୋଭାନିଆ ସହ ଗୋଲଶୂନ୍ୟ ଡ୍ର ରଖିଥିଲା। ପ୍ରି କ୍ବାର୍ଟର ଫାଇନାଲରେ ୨-୧ ଗୋଲରେ ସ୍ଲୋଭାକିଆକୁ, କ୍ବାର୍ଟର ଫାଇନାଲରେ ପେନାଲ୍ଟି ୧-୧(୫-୩) ଗୋଲରେ ସ୍ବିଜରଲାଣ୍ଡକୁ ଓ ସେମିଫାଇନାଲରେ ୨-୧ ଗୋଲରେ ନେଦରଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଅଧିନାୟକ ହ୍ୟାରି କେନ୍‌ ୩ଟି ଗୋଲ ଦେଇ ଚମତ୍କାର ଫର୍ମରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜୁଡେ ବେଲିଙ୍ଗହାମ,ବୁକା​‌େ​‌ୟା ସାକା, ଓଲି ୱାଟକିନଙ୍କ ଭଳି ତାରକା ଖେଳାଳି ରହିଛନ୍ତି। ଇଂଲଣ୍ଡ ୨୦୨୦ରେ ଫାଇନାଲରେ ପ୍ରଥମ ଥର ପାଇଁ ପହଞ୍ଚିଥିଲା। ଫାଇନାଲରେ ଇଟାଲୀ ନିକଟରୁ ପେନାଲ୍ଟି ୧-୧(୩-୨) ଗୋଲରେ ପରାଜିତ ହୋଇଥିଲା। ଦଳ ଦ୍ବିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଥିବାରୁ ଚମ୍ପିଆନ ହେବା ନେଇ ନିଶ୍ଚିତ ଉଦ୍ୟମ କରିବ।

- Advertisement -

ସ୍ପେନ ଲିଗ୍‌ ପର୍ଯ୍ୟାୟରେ ୩-୦ ଗୋଲରେ କ୍ରୋଏସିଆକୁ, ୧-୦ ଗୋଲରେ ଇଟାଲୀକୁ ଓ ୧-୦ ଗୋଲରେ ଆଲବେନିଆକୁ ପରାସ୍ତ କରି ଗ୍ରୁପ ଶୀର୍ଷ ସ୍ଥାନ ସହ ରାଉଣ୍ଡ-୧୬ରେ ପହଞ୍ଚିଥିଲା। ପ୍ରି କ୍ବାର୍ଟର ଫାଇନାଲରେ ୪-୧ ଗୋଲରେ ଜର୍ଜିଆକୁ, କ୍ବାର୍ଟର ଫାଇନାଲରେ ୨-୧ ଗୋଲରେ ଜର୍ମାନୀକୁ ଓ ସେମିଫାଇନାଲରେ ୨-୧ ଗୋଲରେ ଫ୍ରାନ୍‌ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ସବୁଠାରୁ ବଡ଼ କଥା ହେଉଛି ଦଳ ଅପରାଜୟ ସହ ଫାଇନାଲରେ ପହଞ୍ଚିଛି। ଦଳର ତାରକା ଫରୱାର୍ଡ ଫାବିଆନ ରୁଇଜ୍‌ ୨ଟି ଗୋଲ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡ୍ୟାନି କାର୍ଭାଜାଲ, ଆଲଭୋରା ମୋରାଟା, ରୋଡ୍ରି, ମିକେଲ ମାରିନୋ, ନିକୋ ୱିଲିୟମ ପ୍ରମୁଖ ରହିଛନ୍ତି। ପ୍ରତିଟି ମ୍ୟାଚରେ ଗୋଲ ଦେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ପେନ ବିଜୟୀ ହୋଇଛି। ସ୍ପେନ ୧୯୬୪ରେ ପ୍ରଥମ ଥର ପାଇଁ ଫାଇନାଲ ଖେଳି ଚମ୍ପିଆନ ହୋଇଥିଲା। ୧୯୮୪ରେ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳି ପରାଜିତ ସହ ରନର୍ସଅପ ହୋଇଥିଲା।୨୦୦୮ରେ ୩ୟ ଥର ଫାଇନାଲ ଖେଳି ଚମ୍ପିଆନ ଓ ୨୦୧୨ରେ ୪ର୍ଥ ଥର ଫାଇନାଲ ଖେଳି ଚମ୍ପିଆନ ହୋଇଥିଲା।

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବେଗ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories