www.samajalive.in
Saturday, December 6, 2025
23.1 C
Bhubaneswar

ବଢିଲା ଇପିଏଫ ସୁଧହାର; ଉପକୃତ ହେବେ ୫କୋଟିରୁ ଊର୍ଦ୍ଧ୍ବ ଖାତାଧାରୀ

ନୂଆଦିଲ୍ଲୀ: ୫କୋଟିରୁ ଊର୍ଦ୍ଧ୍ବ ଇପିଏଫ ଖାତାଧାରୀଙ୍କ ପାଇଁ ଖୁସି ଖବର। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ୮.୧୫ ପ୍ରତିଶତ ସୁଧ ଦେବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସୋମବାର ସରକାର ଏକ ନିର୍ଦ୍ଦେଶନାମା ଜାରି କରି ଘୋଷଣା କରିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ପୂର୍ବ ବର୍ଷ ତୁଳନାରେ ୦.୦୫ ପ୍ରତିଶତ ଅଧିକ ସୁଧ ଦିଆଯିବ। ଅର୍ଥାତ୍ ସୁଧହାର ୮.୧୦ ପ୍ରତିଶତରୁ ବୃଦ୍ଧି ପାଇ ୮.୧୫ ପ୍ରତିଶତ ହୋଇଛି।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫଓ) ଚଳିତ ବର୍ଷ ମାର୍ଚ୍ଚ ୨୮ରେ ପିଏଫ ଆକାଉଣ୍ଟ ଉପରେ ସୁଧ ବୃଦ୍ଧି ପାଇଁ ସୁପାରିସ କରିଥିଲା। ଇପିଏଫଓ କହିଥିଲା ଯେ, ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୧୫ ପ୍ରତିଶତ ସୁଧ ମିଳିବା ଉଚିତ। ଏହି ସୁପାରିସକୁ ଗ୍ରହଣ କରି ସରକାର ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି। ଏହା ଦ୍ୱାରା ୫ କୋଟିରୁ ଅଧିକ ଗ୍ରାହକ ଉପକୃତ ହେବେ। ଏହା ପୂର୍ବରୁ ଆର୍ଥିକ ବର୍ଷ ପାଇଁ ପିଏଫ ଉପରେ ସୁଧ ହାର ୮.୧୦ ପ୍ରତିଶତ ଥିଲା। ଏ ସମ୍ପର୍କିତ ସରକାରୀ ନିର୍ଦ୍ଦେଶକୁ ସବୁ ଆଞ୍ଚଳିକ କର୍ମଚାରୀ ଭବିଷ୍ୟନିଧି କାର୍ଯ୍ୟାଳୟକୁ ଜଣାଇ ଦିଆଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories