ନୂଆଦିଲ୍ଲୀ: ଦେଶରେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ କ୍ଷୁଦ୍ର ଓ ପ୍ରାରମ୍ଭିକ ସ୍ତରର କାର ଖରିଦ କରନ୍ତି। ଉକ୍ତ କାରଗୁଡିକରେ ଯଦି ଏୟାରବ୍ୟାଗ ନରହିବ ତେବେ ସଡକ ଦୁର୍ଘଟଣା କ୍ଷେତ୍ରରେ ସେମାନେ ମୃତାହତ ହେବା ଆଶଙ୍କା ଅଧିକ ରହିବ ବୋଲି କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରି କହିଛନ୍ତି। ସେ କହିଛନ୍ତି ଏୟାରବ୍ୟାଗଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ମୂଲ୍ୟଗତ ଦୃଷ୍ଟିରୁ କାର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଉପକରଣ ଦୀର୍ଘକାଳ ଧରି ଯାତ୍ରୀଙ୍କ ପହଞ୍ଚରୁ ବହୁ ଦୂରରେ ରହିଥିଲା। ଏହାପରେ ଭାରତ ସରକାର କାର୍ଗୁଡିକ ପାଇଁ ଏୟାରବ୍ୟାଗକୁ ବାଧ୍ୟତାମୂଳକ କଲେ। ଦେଶରେ ସଡକ ନିରାପତ୍ତା ପାଇଁ ଏହା ଏକ ବଡ ପଦକ୍ଷେପ, ତଥାପି ଏ କ୍ଷେତ୍ରରେ ଆହୁରି ଭଲ କରାଯାଇପାରିବ।
ଋବିବାର ଦିନ ଏଠାରେ ପ୍ରକାଶ କରି ସେ କହିଛନ୍ତି ଯେ କ୍ଷୁଦ୍ରାକାର ଅଥବା ପ୍ରାରମ୍ଭିକ ବର୍ଗର କାରଗୁଡିକର ଯଥେଷ୍ଟ ସଂଖ୍ୟାରେ ଏୟାର ବ୍ୟାଗ ରହିବା ଉଚିତ। ଭାରତରେ କାରଗୁଡିକରେ ଅଧିକ ଏୟାରବ୍ୟାଗ ରଖାଯିବାର ଆବଶ୍ୟକତା ଉପରେ ସେ ଜୋରଦେବା ସହିତ କାର ନିର୍ମାତାମାନେ କାହିଁକି ବୃହତ କାରଗୁଡିକରେ ଅଧିକ ସଂଖ୍ୟାରେ ଏୟାରବ୍ୟାଗ ରଖୁଛନ୍ତି, ଯାହା କେବଳ ଧନିକ ଗୋଷ୍ଠୀଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ଗଡକରି ପ୍ରଶ୍ନ କରିଥିଲେ। କ୍ଷୁଦ୍ର ଓ ପ୍ରାରମ୍ଭିକ ବର୍ଗର କାରଗୁଡିକରେ ଅଧିକ ସଂଖ୍ୟାରେ ଏୟାରବ୍ୟାଗ ରହିଲେ ଏହାର ବ୍ୟବହାରକାରୀଙ୍କ ଜୀବନ ସୁରକ୍ଷିତ କରାଯାଇପାରିବ ବୋଲି ସେ କାର ନିର୍ମାତାମାନଙ୍କୁ କହିଥିଲେ।
ପ୍ରାରମ୍ଭିକ ସ୍ତରର କାରରେ ମଧ୍ୟ ୬ଟି ଏୟାରବ୍ୟାଗ ରହିବା ଉଚିତ: ଗଡକରି
Popular Categories



