mission shakti banner

୨ୟ ମହିଳା ଦିନିକିଆରେ ଭାରତ ପରାସ୍ତ

nua o banner
0

ନାଗପୁର : ଡାନିଏଲା ହେଜେଲ, ସୋଫିଆ ଏକ୍ଲିଷ୍ଟୋନଙ୍କ ଘାତକ ବୋଲିଂ ଓ ପରବର୍ତ୍ତୀ ସମୟରେ ଦୁଇ ଓପନିଂ ବ୍ୟାଟସମ୍ୟାନ ଡାନିଏଲା ୱାଟ୍‌ ଓ ଟାମି ବିମୋଣ୍ଟ୍‌ଙ୍କ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ବଳରେ ଇଂଲଣ୍ଡ ଏଠାରେ ସୋମବାର ଖେଳାଯାଇଥିବା ଦ୍ୱିତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ୩୭.୨ ଓଭରରେ ୧୧୩ ରନରେ ଅଲଆଉଟ ହୋଇଥିଲା। ସ୍ମୃତି ମାନ୍ଧାନା ୪୨, ଦିପ୍ତୀ ଶର୍ମା ଅପରାଜିତ ୨୬ ଓ ଦେବିକା ବୈଦ୍ୟ ୧୧ ରନ କରିଥିବାବେଳେ ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ। ଇଂଲଣ୍ଡ ପକ୍ଷରୁ ଡାନିଏଲା ହେଜେଲ ଓ ସୋଫିଆ ଏକ୍ଲିଷ୍ଟୋନ ପ୍ରତ୍ୟେକ ୪ଟି ୱିକେଟ ଅକ୍ତିଆର କରିଥିଲେ। ୧୧୪ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଇଂଲଣ୍ଡ ୨୯ ଓଭରରେ ୨ ୱିକେଟ ବିନିମୟରେ ୧୧୭ ରନ କରିଥିଲା। ଡାନିଏଲା ୱାଟ୍‌ ୪୭, ଟାମି ବିମୋଣ୍ଟ୍‌ ଅପରାଜିତ ୩୯ ଓ ହିଦର ନାଇଟ୍‌ ଅପରାଜିତ ୨୬ ରନ କରିଥିଲେ। ଭାରତ ପକ୍ଷରୁ ଏକତା ବିସ୍ତ୍‌ ୨ଟି ୱିକେଟ ଅକ୍ତିଆର କରିଥିଲେ। ସୋଫିଆ ଏକ୍ଲିଷ୍ଟୋନ ‘ପ୍ଲେୟାର ଅଫ୍‌ ଦି ମ୍ୟାଚ’ ବିବେଚିତ ହୋଇଥିଲେ। ଏହି ବିଜୟ ଫଳରେ ଇଂଲଣ୍ଡ ତିନିଟିକିଆ ସିରିଜକୁ ୧-୧ ସ୍ଥିତିକୁ ଆଣିପାରିଛି। ଆସନ୍ତା ୧୨ରେ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ନାଗପୁରରେ ଖେଳାଯିବ।

Leave A Reply