ଭୁବନେଶ୍ୱର: ଦୀର୍ଘ ଘଣ୍ଟା ଚଢାଉ ଓ ପଚରାଉଚରା ପରେ ଗିରଫ ହେଲେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ। ସୋମବାର ୧୨ଟି ସ୍ଥାନରେ ଚଢାଉ ବେଳେ ଯନ୍ତ୍ରୀଙ୍କଠାରୁ ୧କୋଟି ୭୨ଲକ୍ଷ ଟଙ୍କାର ନଗଦ ଜମା, ୪୫ଟି ପ୍ଲଟ, ୧ କିଲୋ ସୁନା, ୨ଟି ଜେସିବି, ଗୋଟିଏ ଏକ୍ସଭେଟର, ଗୋଟିଏ ପଥରଭଙ୍ଗା ମେସିନ ଆଦି ଠାବ ହୋଇଥିଲା। ଆଜି ପ୍ରଦୀପଙ୍କୁ କୋର୍ଟ ଚାଲାଣ କରାଯିବ। ୩୦ଘଣ୍ଟାରୁ ଅଧିକ ସମୟ ହେବ ପ୍ରଦୀପଙ୍କ ଘରେ ଛାନଭିନ କରିଛି ଭିଜିଲାନ୍ସ ଟିମ୍।



