www.samajalive.in
Monday, December 15, 2025
26.1 C
Bhubaneswar

ସାପୋରରେ ଏନକାଉଣ୍ଟର; ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସାପୋରରେ ଶୁକ୍ରବାର ଆତଙ୍କବାଦୀ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଉକ୍ତ ଅଞ୍ଚଳରେ ଆହୁରି ୩ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ସାପୋରରେ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା। ଏହା ପରେ ବିଳମ୍ବିତ ରାତିରେ ଯବାନମାନେ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିବା ସହ ଚଢ଼ାଉ କରିଥିଲେ। ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ଭାରତୀୟ ଯବାନମାନେ ପହଞ୍ଚିବା ପରେ ଗୁଳିବିନିମୟ ଘଟିଥିଲା। ଆତଙ୍କବାଦୀଙ୍କ ଗୁଳିର କଡ଼ା ଜବାବ ଦେଇଥିଲେ ଯବାନ। ଏଥିରେ ଜଣେ ଆତଙ୍କବାନୀ ନିହତ ହୋଇଥିଲେ। ଅନ୍ୟ ୩ ଆତଙ୍କବାଦୀ ଲୁଚିଥିବା ବେଳେ ଏବେ ସୁଦ୍ଧା ସେଠାରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories