www.samajalive.in
Friday, December 12, 2025
16.1 C
Bhubaneswar

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ; ଶ୍ରମିକଙ୍କ ଦକ୍ଷତା ମାପି ନିଯୁକ୍ତି ଦିଅ

ନୂଆଦିଲ୍ଲୀ : ଲକ୍‌ଡାଉନ (ତାଲାବନ୍ଦ) ନିୟମ ଉଲ୍ଲଙ୍ଘନ ନେଇ ପ୍ରବାସୀ ଶ୍ରମିକଙ୍କ ବିରୋଧରେ ରୁଜୁ କରାଯାଇଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ସମୟରେ ଲକଡାଉନ ନିୟମ ଉଲ୍ଲଙ୍ଘନ କରିବା ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଫୌଜଦାରୀ ମାମଲା ରୁଜୁ ହୋଇଛି। ଏହିସବୁ ମାମଲା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଏହାକୁ ପ୍ରତ୍ୟାହାର କରିନେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦେଶ ଦେଇଛନ୍ତି। ବିଚାରପତି ଅଶୋକ ଭୂଷଣ, ବିଚାରପତି ଏମଆର ଶାହା ଓ ବିଚାରପତି ଏସକେ କୌଲଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ପ୍ରବାସୀ ଶ୍ରମିକଙ୍କ ନିର୍ଯାତନା ପ୍ରସଙ୍ଗରେ ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶରେ ଆହୁରି କହିଛନ୍ତି ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାର କର୍ମନିଯୁକ୍ତିର ବ୍ୟବସ୍ଥା କରିବେ। ନିଯୁକ୍ତି ପାଇଁ ସରକାର ନିର୍ଦ୍ଦିଷ୍ଟ ଯୋଜନା ପ୍ରଣୟନ କରିବେ। କର୍ମସ୍ଥଳରୁ ଘରକୁ ଫେରିଆସିଥିବା ପ୍ରବାସୀ ଶ୍ରମିକଙ୍କର ତାଲିକା ପ୍ରସ୍ତୁତ କରିବେ। ସେମାନଙ୍କ ଦକ୍ଷତା ଆକଳନ କରିବା ସହିତ ଦକ୍ଷତା ଆଧାରରେ କର୍ମନିଯୁକ୍ତିର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ଶ୍ରମିକମାନେ କି ପ୍ରକାର କାର୍ଯ୍ୟ କରୁଥିଲେ ତାକୁ ଆଧାର କରି ନିଯୁକ୍ତି ବ୍ୟବସ୍ଥା କରାଯିବ। ତେଣୁ ଶ୍ରମିକମାନଙ୍କ ସମ୍ପର୍କରେ ସରକାର ସବିଶେଷ ତଥ୍ୟ ସଂଗ୍ରହ କରିବେ। ପ୍ରବାସୀ ଶ୍ରମିକଙ୍କ ନିର୍ଯାତନା ସମ୍ପର୍କରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲାର ଶୁଣାଣି କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶରେ କହିଥିଲେ ଯେ ଘରକୁ ଫେରିବାକୁ ଚାହୁଁଥିବା
ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରେଳ ଓ ବସ୍‌ର ବ୍ୟବସ୍ଥା ସରକାର କରିବେ। ସେମାନଙ୍କ ଠାରୁ କୌଣସି ପ୍ରକାର ଭଡା ଆଦାୟ କରାଯିବ ନାହିଁ। ଯାତ୍ରା ସମୟରେ ଶ୍ରମିକମାନଙ୍କ ପାଇଁ ମାଗଣା ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରାଯିବ। ଏହା ସହିତ ସମସ୍ତ ଶ୍ରମିକଙ୍କୁ ୧୫ଦିନ ମଧ୍ୟରେ ନିଜ ଘରକୁ ପଠାଇବାର ବ୍ୟବସ୍ଥା ସରକାର କରିବେ। ଶ୍ରମିକ ସ୍ପେସାଲ ଟ୍ରେନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଅନୁରୋଧ କରିବାର ୨୪ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ଏହାର ବ୍ୟବସ୍ଥା କରିବେ। ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଏହି ସମୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଶ୍ରମିକଙ୍କ ନିଯୁକ୍ତି ଯୋଜନା ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories