www.samajalive.in
Thursday, December 11, 2025
15.1 C
Bhubaneswar

ଟେଷ୍ଟ ଫର୍ମାଟ୍‌ରେ ପରିବର୍ତ୍ତନ କଲା ଆଇସିସି

ଦୁବାଇ : କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟେଷ୍ଟ ଫର୍ମାଟ୍‌ରେ କେ​‌ତେକ ପରବର୍ତ୍ତନ କରିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୀଲ କୁମ୍ବଲେଙ୍କ ନେତୃତ୍ବାଧୀନ କ୍ରିକେଟ୍‌ କମିଟି କେତେକ ସୁପାରିସ କରିିଥଲା ଯାହାକୁ ମଙ୍ଗଳବାର ଆଇସିସି ମଞ୍ଜୁରି ଦେଇଛି।

ନୂଆ ନିୟମ ଅନୁଯାୟୀ ମ୍ୟାଚ୍‌ ଚାଲିଥିବା ବେଳେ କୌଣସି ଖେଳାଳିଙ୍କ ନିକଟରେ କରୋନା ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଲେ ସେହି ଖେଳାଳିଙ୍କୁ ମ୍ୟାଚ୍‌ ରେଫରୀଙ୍କ ଅନୁମତି ନେଇ ବଦଳା ଯାଇ ପାରିବ। ତାଙ୍କ ସ୍ଥାନରେ ଆଉ ଜଣେ କ୍ରିକେଟର୍‌ଙ୍କୁ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିବ। ତେବେ ଏହି ନିୟମ କେବଳ ଟେଷ୍ଟରେ ଲାଗୁ ହେବ। ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ନୂଆ ନିୟମ ଲାଗୁ ହେବ ନାହିଁ ବୋଲି ଆଇସିସି ତରଫରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ ସ୍ପଷ୍ଟ କରି ଦିଆଯାଇଛି।

- Advertisement -

ଅନ୍ୟପକ୍ଷରେ ବୋଲର ଓ ଫିଲଡର୍‌ମାନେ ବଲ୍‌ରେ ପାଟିର ଲାଳ ଲଗାଇ ପାରିବେ ନାହିଁ ବୋଲି ଆଇସିସିର କ୍ରିକେଟ୍‌ କମିଟି ଯେଉଁ ସୁପାରିସ କରିଥିଲା ତାହାକୁ ମଞ୍ଜୁରି ଦେଇଛି ଆଇସିସି। ଯଦି କୌଣସି ଦଳର କ୍ରିକେଟର୍‌ ବଲ୍‌ରେ ପାଟିର ଲାଳ ଲଗାଉଥିବା ଦେଖିବାକୁ ମିଳେ ତେବେ ପ୍ରଥମେ ଦଳକୁ ଚେତାବନୀ ଦିଆଯିବ। ଦ୍ବିତୀୟଥର ଏପରି ଘଟିଲେ ବ୍ୟାଟିଂ କରୁଥିବା ଦଳକୁ ୫ ରନ୍ ପ୍ରଦାନ କରାଯିବ।
ସେହିପରି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ପରିଚାଳନା ପାଇଁ ନିରପେକ୍ଷ ଅମ୍ପାୟାର ନିଯୁକ୍ତି ନିୟମରେ ପରିବର୍ତ୍ତନ ଆଣିଛି ଆଇସିସି। କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ତରଫରୁ ବିମାନ ଯାତ୍ରା ନେଇ ନାନା କଟକଣା ଜାରି ହୋଇଥିବାରୁ ଟେଷ୍ଟ ସିରିଜ୍‌ରେ ଦୁଇଜଣ ଘରୋଇ ଅମ୍ପାୟାର ଦାୟିତ୍ବ ନିର୍ବାହ କରିପାରିବେ ବୋଲି ଆଇସିସି ତରଫରୁ ସୂଚନା ଦିଆଯାଇଛି। ଏଥିସହ ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ଇନିଂସରେ ଅତିରିକ୍ତ ଗୋଟିଏ ଡିଆରଏସ୍‌ ପାଇବେ ବୋଲି ଆଇସିସି ତରଫରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories