www.samajalive.in
Saturday, December 13, 2025
15.1 C
Bhubaneswar

ଏକତା ବାହିନୀ ଏବଂ ‘ସମାଜ’ ରିଲିଫ କମିଟି ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ଗଠିତ ସାମାଜିକ ସଙ୍ଗଠନ ‘ଏକତା ବାହିନୀ’ ପକ୍ଷରୁ ଓ ‘ସମାଜ’ ରିଲିଫ କମିଟି ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଙ୍ଗଳବାର ମାଷ୍ଟରକ୍ୟାଣ୍ଟିନସ୍ଥିତ କେଶରୀ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ସମୟରେ ରାଜ୍ୟର ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖା ଦେଇଥିବାରୁ ଅନୁଷ୍ଠାନ ପକ୍ଷରୁ ଏଭଳି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ତଥା ସମାଜ ରିଲିଫ କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ ଯେ କୋଭିଡ୍-୧୯ ସମୟରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ସମସ୍ତ କର୍ମକର୍ତ୍ତା ପ୍ରଶଂସାର ପାତ୍ର। ରକ୍ତଦାନ କରି ସେମାନେ ମାନବିକତାର ପରିଚୟ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ରଥ ମତବ୍ୟକ୍ତ କରିଛନ୍ତି।
ଏକତା ବାହିନୀ ସମ୍ପାଦକ ସ୍ବାଧୀନ ଦେବାଶିଷ ସ୍ବାଇଁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ‘ସମାଜ’ ରିଲିଫ୍ କମିଟି ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟ, ‘ସମାଜ’ ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଛାତ୍ର ବିଜେଡି ଉପ-ସଭାପତି ବିଧାୟକ ସୌଭିକ ବିଶ୍ବାଳ, ଯୁବ କଂଗ୍ରେସ ରାଜ୍ୟ ସଭାପତି ଲୋକନାଥ ମହାରଥୀ, ଶ୍ରମିକ ନେତା ରକ୍ଷକର ଅନୁପମ, ଏବିଭିପି ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଶିବିରରେ କଟକ ଓ ଭୁବନେଶ୍ବରେ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ, ସ୍ବେଚ୍ଛାସେବୀ ଓ ସମାଜର କର୍ମକର୍ତ୍ତା ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। କୋଭିଡ୍-୧୯ ନିୟମ ମୁତାବକ ରକ୍ତ ସଂଗ୍ରହ କରାଯାଇଥିଲା। ମୋଟ ୩୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏକତା ବାହିନୀ ସଭାପତି ଅବିନାଶ ମହାନ୍ତି, ବିକାଶ ଦାସ, ବିଭାବଷୁ ସ୍ବାଇଁ, ଜନ୍ମେଜୟ ପରିଡ଼ା, ଚିନ୍ମୟ ମାଝୀ, ଆଶିଷ ଠାକୁର, ସୌରଭ ପୋଦାର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରୋଜାଲିନ ପଟ୍ଟନାୟକ, ଅବିନାଶ ସାହୁ, ସ୍ବେୟଂସା ମିଶ୍ର, ଆଶୁତୋଷ ଦାସ ଓ ପ୍ରଭାତ ବେଊେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ। ଆଗାମୀ ଦିନରେ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀ ସ୍ବାଇଁ ଘୋଷଣା କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories