www.samajalive.in
Saturday, December 13, 2025
15.1 C
Bhubaneswar

ଛାପା ଗଣମାଧ୍ୟମ ଯୋଜନା ବୋର୍ଡ ପାଇଁ ମୂଲ୍ୟହୀନ

ଭୁବନେଶ୍ବର: ବୈଦ୍ୟୁତିକ ଗଣମାଧ୍ୟମରେ ନିଜ ଛବିର ପ୍ରଚାର ପ୍ରସାର ରାଜନେତା ଓ ସରକାରୀ ପଦାଧିକାରୀଙ୍କ ପାଇଁ ପ୍ରାଥମିକତା ପାଲଟିଛି। କିନ୍ତୁ ଜନକଲ୍ୟାଣକାରୀ ଯୋଜନା ପାଇଁ ନିଆଯାଉଥିବା ସରକାରୀ ପଦକ୍ଷେପକୁ ଗଣମାଧ୍ୟମ ଦ୍ବାରା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର ପ୍ରୟାସ କରିଥାଆନ୍ତି। ଏହି ପ୍ରୟାସରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି। ଏପରିକି କରୋନା ମୁକାବିଲା ପରିପ୍ରେକ୍ଷୀରେ ଉଭୟ ଗଣମାଧ୍ୟମକୁ କେନ୍ଦ୍ର ଓ ରାଜ୍ୟ ସରକାର ଜରୁରୀକଳୀନ ସେବା ପରିସରଭୁକ୍ତ କରିଛନ୍ତି। ଅନ୍ୟପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ରାଜନେତାମାନେ ବିଭିନ୍ନ ଖବର ପ୍ରକାଶନ ପାଇଁ ପ୍ରେସ ବିଜ୍ଞପ୍ତି ପଠାଇଥାଆନ୍ତି। ଛାପା ଗଣମାଧ୍ୟମ ଗୁଡ଼ିକ ମଧ୍ୟ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ନିୟମିତ ଭାବେ ନିଷ୍ଠାର ସହ ଖବର ପ୍ରକାଶନ କରିଥାନ୍ତି। ପ୍ରଶାସନର ତ୍ରୁଟି ବିଚ୍ୟୁତି ଓ ପଦକ୍ଷେପ ଯୋଗୁଁ ଲୋକଙ୍କ ପାଇଁ ଉପୁଜୁଥିବା ସମସ୍ୟାକୁ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି। ଏପରିକି ଖବରକାଗଜରେ ପ୍ରକାଶିତ ସୂଚନା ଆଧାରରେ ସରକାର ତ୍ବରିତ ପଦକ୍ଷେପ ନେଇ ଜନତାଙ୍କର ଆସ୍ଥାଭାଜନ ହୋଇପାରୁଛନ୍ତି। କୋଭିଡ ପରିପ୍ରେକ୍ଷୀରେ ଖବର ପରିବେଷଣରେ ଛାପା ଗଣମାଧ୍ୟମ ଗୁଡ଼ିକର ଭୂମିକା ବୈଦ୍ୟୁତିକ ଗଣମାଧ୍ୟମ ଅପେକ୍ଷା କୌଣସି ଗୁଣରେ ନ୍ୟୂନ ନୁହେଁ। ବରଂ ଲକ ଡାଉନ ସମୟରେ ଏହା ଜନତାଙ୍କ ଦ୍ବାରା ଅଧିକ ଆଦୃତ ହୋଇଛି।
ସରକାରୀ କଳ ଦ୍ବାରା ଛାପା ଗଣମାଧ୍ୟମକୁ ବାରମ୍ବାର ଉପେକ୍ଷା ଅଭିସନ୍ଧିମୂଳକ ବୋଲି ଆଲୋଚନା ହେଉଛି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମଙ୍ଗଳବାର ଲୋକସେବା ଭବନରେ କରୋନା ପରିପ୍ରେକ୍ଷୀରେ ଓଡ଼ିଶାର ଅର୍ଥନୀତି ଏବଂ ଏହାକୁ ସୁଧାରିବା ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ପରିତାପର ବିଷୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ଲୋକସମ୍ପର୍କ ବିଭାଗ ନିର୍ଦେଶାଳୟକୁ ଯାଇଥିବା ପତ୍ରରେ ଛାପା ଗଣମାଧ୍ୟମକୁ ବାଦ ଦେଇ କେବଳ ବୈଦ୍ୟୁତିକ ଗଣମାଧ୍ୟମକୁ ଖବର ପ୍ରସାରଣ ନିମନ୍ତେ ବ୍ୟବସ୍ଥା କରିବା ପାଇଁ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ଖବର କିଭଳି ଛାପା ଗଣମାଧ୍ୟମରେ ପ୍ରକାଶ ପାଇବ ସେଥି ପାଇଁ ଫଟୋ ଏବଂ ଖବର ପ୍ରକାଶନ ନେଇ ପଦକ୍ଷେପ ନେବାକୁ କୁହାଯାଇଥିଲା।
କରୋନା ପାଇଁ ସରକାର ଲୋକସେବା ଭବନକୁ ଉଭୟ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ପ୍ରବେଶ ପତ୍ର ଥାଇ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଯାଇପାରୁନାହାନ୍ତି। ଫଳରେ ମନ୍ତ୍ରୀ, ସାଂସଦ ଓ ବିଭିନ୍ନ ପଦ ପଦବୀରେ ଥିବା ରାଜନେତା ସଚିବାଳୟ ବାହାରେ ଜୟଦେବ ଭବନ ନିକଟକୁ ଆସି ଗଛ ମୂଳେ ବୈଦ୍ୟୁତିକ ଗଣମାଧ୍ୟମକୁ ବିବୃତି ଦେଉଛନ୍ତି। ଏଭଳି ସ୍ଥିତିରେ କେବଳ ବୈଦ୍ୟୁତିକ ଗଣମାଧ୍ୟମକୁ ଖବର ସଂଗ୍ରହ ପାଇଁ ଡକାଯିବା ଯୋଜନା ବୋର୍ଡର ପକ୍ଷପାତ ମନୋଭାବ ଓ ପାତର ଅନ୍ତର ବିଚାରକୁ ପ୍ରଦର୍ଶନ କରୁଛି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ପୃଷ୍ଠ ପୋଷକତାରେ ଏକ ଦୈନିକ ସମ୍ବାଦପତ୍ର ପ୍ରକାଶ ପାଉଛି। ଛାପା ଗଣମାଧ୍ୟମର ଭୂମିକା ସମ୍ପର୍କରେ ​‌ସେ ନିଶ୍ଚିତ ଭାବେ ଅଭିଜ୍ଞ ଥିବେ। ଅଥଚ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ପତ୍ର ଛାପା ଗଣମାଧ୍ୟମ ଭୂମିକାକୁ ଗୌଣ କରିଛି ବୋଲି ବିଭିନ୍ନ ସମ୍ବାଦପତ୍ରର ପ୍ରତିନିଧିମାନେ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories