ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ଚାଲିଥିବା ଉଚ୍ଛେଦ ଅଭିଯାନ ଗୁରୁବାର ମଧ୍ୟ ଜାରି ରହିଛି। ପ୍ରଶାସନ ପକ୍ଷରୁ ଗୁରୁବାର କଡ଼ା ସୁରକ୍ଷା ବଳୟରେ ଏମାର ମଠ ଉଚ୍ଛେଦ ଆରମ୍ଭ ହୋଇଛି। ୪ ମହଲା ବିଶିଷ୍ଟ ଏହି ମଠର ଉପର ମହଲାରୁ ଉଚ୍ଛେଦ କାମ ଚାଲିଛି। ଉପର ମହଲାରେ ଥିବା ରଘୁନନ୍ଦନ ଲାଇବ୍ରେରୀ କୋଠାକୁ ପ୍ରଶାସନ ଭାଙ୍ଗୁଛି। ଉଚ୍ଛେଦରେ ୧୦ରୁ ଅଧିକ ବ୍ରେକର ଏବଂ ବୁଲଡୋଜର ନିୟୋଜିତ ହୋଇଛି। ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହା ସହ ଅତିରିକ୍ତ ଜିଲାପାଳ, ଉପଜିଲାପାଳ ଏବଂ ପୂର୍ତ୍ତ ବିଭାଗ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏପରି କି ସାପ ଭୟରେ ସ୍ନେକ ହେଲ୍ପଲାଇନ ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି।
Popular Categories



