www.samajalive.in
Friday, December 12, 2025
15.1 C
Bhubaneswar

ଅନ୍ୟ ଦେଶକୁ ବିକ୍ରୟ କରୁଛ, କିନ୍ତୁ ନିଜ ଲୋକଙ୍କୁ ଦେଉନ ଟିକା : ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ମନ୍ତବ୍ୟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଗୁରୁବାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ କରୋନା ଟିକା ଉତ୍ପାଦନ କରିବାର ପ୍ରକୃତ କ୍ଷମତା ସମ୍ପର୍କରେ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ହାଇକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି ଯେ, ଆମେ ଅନ୍ୟ ଦେଶକୁ ଟିକା ବିକ୍ରି କରୁଛୁ, କିନ୍ତୁ ଆମ ନିଜ ଲୋକଙ୍କୁ  ଟିକା ଦେଇ ପାରୁନୁ। ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ଉତ୍ପାଦନ କରୁଥିବାବେଳେ ଭାରତ ବାୟୋଟେକ୍ କୋଭାକ୍ସିନ୍ ଉତ୍ପାଦନ ଜାରି ରଖିଛି। ଏହି ଟିକା ପାଇବା ପାଇଁ କୋଭିଡ -୧୯ ବୟସ ବର୍ଗୀକରଣ ପଛର କାରଣ ଜଣାଇବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ପର୍ଯ୍ୟାୟକ୍ରମେ କରୋନା ଟୀକାକରଣକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏହା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର କରୋନାଯୋଦ୍ଧାଙ୍କୁ ସାମିଲ କରାଯାଇଛି । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି । ଏଥିସହ ୪୫ ରୁ ୬୦ ବର୍ଷ ବୟସର ଲୋକଙ୍କୁ ଏହି ଟିକା ଦିଆଯାଉଛି ଯେଉଁମାନେ ଏକାଧିକ ରୋଗରେ ପୀଡିତ ଅଛନ୍ତି।

କମ୍ପାନୀଗୁଡିକ ପାଖରେ ଅଧିକ ଟିକା ଉପଲବ୍ଧ କରିବାର କ୍ଷମତା

- Advertisement -

ଜଷ୍ଟିସ୍ ବିପିନ୍ ସାଙ୍ଘି ଏବଂ ରେଖା ପଲ୍ଲୀଙ୍କ ଏକ ବେଞ୍ଚ କହିଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ପାଖରେ ଅଧିକ ଟିକା ଉତ୍ପାଦନ କରିବାର କ୍ଷମତା ରହିଛି, କିନ୍ତୁ ଏହା ଜଣାପଡୁଛି ଯେ, ସେମାନେ ସମ୍ପୂର୍ଣ୍ଣ ଭାବେ ନିଜ କ୍ଷମତା ବିନିଯୋଗ କରୁ ନାହାନ୍ତି । ବେଞ୍ଚ କହିଛନ୍ତି ଯେ ଆମେ ଏହାକୁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରୁନାହୁଁ। ଆମେ ଏହାକୁ ଅନ୍ୟ ଦେଶକୁ ଦାନ କରୁଛୁ କିମ୍ବା ବିକ୍ରୟ କରୁଛୁ କିନ୍ତୁ ଆମ ଲୋକଙ୍କୁ ଟିକା ଦେଉ ନାହୁଁ। ତେଣୁ ଏହି ପ୍ରସଙ୍ଗରେ ଦାୟିତ୍ବବୋଧ ଏବଂ ଜରୁରୀ ଆବଶ୍ୟକତାର ଭାବନା ରହିବା ଉଚିତ।

ଅନ୍ୟପକ୍ଷରେ କୋର୍ଟ ପରିସରରେ ଉପଲବ୍ଧ ଚିକିତ୍ସା ସୁବିଧା ତଥା ଏହି ସୁବିଧା ଗୁଡ଼ିକରେ କୋଭିଡ -୧୯ ଟୀକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇପାରିବ କି ନାହିଁ ତାହା ଯାଞ୍ଚ କରିବାକୁ ଦିଲ୍ଲୀ ସରକାରଙ୍କୁ କହିଛନ୍ତି । ଅଦାଲତ ଦିଲ୍ଲୀ ବାର୍ କାଉନସିଲର ଏକ ପିଟିସନର ଶୁଣାଣି ହୋଇଥିଲା, ଯେଉଁଥିରେ ବିଚାରପତି, କୋର୍ଟ କର୍ମଚାରୀ ଏବଂ ଓକିଲଙ୍କ ସମେତ ନ୍ୟାୟ ପ୍ରକ୍ରିୟାରେ ସାମିଲ ସମସ୍ତଙ୍କୁ ଆଗଧାଡିର କରୋନା ଯୋଦ୍ଧା ବର୍ଗରେ ସାମିଲ କରିବାକୁ ଦାବି କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories