www.samajalive.in
Friday, December 12, 2025
19.1 C
Bhubaneswar

ପୋଷ୍ୟ ସ୍କୁଲ ପରିଦର୍ଶନରେ ଗଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, କଲେ ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥା

ବଲାଙ୍ଗିର: ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି ବଲାଙ୍ଗିର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଗୋଟିଏ ୱାଟରକୁଲର ଓ ପୁରିଫାୟର ମେସିନ୍ ଏବଂ ଗୋଟିଏ ସାନିଟାଇଜ୍ ସ୍ପ୍ରେ ମେସିନକୁ ଲୋକାର୍ପିତ କରିଛନ୍ତି। ସ୍କୁଲର ଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଏହା ସହାୟକ ହେବା ସହ କୋଭିଡ୍ ସମୟରେ ମଧ୍ୟ ସେମାନେ ସହଜରେ ନିଜକୁ ସାନିଟାଇଜ୍ କରି ରଖିପାରିବେ।


ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୋ’ ସ୍କୁଲ ଅଭିଯାନ ଅନ୍ତର୍ଗତ ବଲାଙ୍ଗୀର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପରେ ଆଜି ସେଠାକୁ ପରିଦର୍ଶନରେ ଯାଇ ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସହ ସ୍କୁଲର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ସ୍କୁଲ ପରିସରରେ ଶ୍ରୀମତୀ ମିଶ୍ର ୱାଟରକୁଲର ଓ ସାନିଟାଇଜ୍ ସ୍ପ୍ରେ ମେସିନକୁ ସ୍ଥାପନ କରାଇଛନ୍ତି। ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ସ୍କୁଲର କେଉଁସବୁ ଭିତ୍ତିଭୂମିର ଅଭାବ ରହିଛି ଓ କ’ଣ ବିକାଶର ଆବଶ୍ୟକତା ତା’ର ଏକ ତାଲିକା ପ୍ରସ୍ତୁତ କରି ଦେବାକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସ୍କୁଲ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସ୍କୁଲର ସାମଗ୍ରିକ ଭିତ୍ତିଭୂମି ବିକାଶ ଦିଗରେ ସେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଶ୍ରୀମୟୀ ମିଶ୍ର ପିଲାଦିନେ ପଢ଼ିଥିବା ନିଜ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories