www.samajalive.in
Friday, December 12, 2025
26.1 C
Bhubaneswar

ଦୁର୍ଘଟଣାରେ ପରିବାର ୩ ମୃତ

ଧର୍ମଗଡ/ଗୋଲାମୁଣ୍ଡା: ବସ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାର ୩ ମୃତ। ବାପା, ମା’ ସହ ୫ ବର୍ଷର ଶିଶୁ କନ୍ୟା ମୃତ। ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ା ଛକ ନିକଟରେ ଦୁର୍ଘଟଣା। ଗାଡ଼ି ଜବତ କରି ପୁଲିସର ଛାନ୍‌ଭିନ୍ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଗୋଲାମୁଣ୍ଡା ବ୍ଳକ ଅନ୍ତର୍ଗତ ଡଙ୍ଗରିଗୁଡା ଛକରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାର ତିନି ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ଗୋଲାମୁଣ୍ଡା ବ୍ଳକ ଅନ୍ତର୍ଗତ ତୁରେଛଡା ଗାଁର ବୋଲି ଜଣାପଡିଛି। ପୁଲିସ ଦୁର୍ଘଟଣା ଘଟାଇଥିବା ବସକୁ ନିଜ ହେପାଜତକୁ ନେଇଥିବାବେଳେ ଦୁର୍ଘଟଣା ପରେ ଡ୍ରାଇଭର ସମେତ ବସର ଅନ୍ୟ କର୍ମଚାରୀ ଫେରାର ଅଛନ୍ତି।

ତୁରେଛଡା ଗାଁର କୃଷ୍ଣଚନ୍ଦ୍ର ବାଗ(୪୨)ନିଜ ପତ୍ନି ସୁକେଶି ବାଗ(୩୦)ଓ ନିଜ ଝିଅ ସୁପ୍ରିୟା(୧୦)କୁ ନେଇ ଓଆର ୦୩ଡି ୩୧୩୦ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ ଗାଁକୁ ଫେରୁଥିଲେ। ଏହି ସମୟରେ ଡଙ୍ଗରିଗୁଡା ଛକ ନିକଟରେ ମହାଲିଙ୍ଗ ପଟୁ ଆସୁଥିବା ଓଆର୦୮ସି ୯୧୫୩ ନମ୍ବର ବିଶିଷ୍ଟ ଜୟ ଜଗନ୍ନାଥ ବସ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ବାଇକଟି ଛିଟିକି ପଡିଥିଲା ଓ ଘଟଣାସ୍ଥଳରେ ହିଁ କୃଷ୍ଣଚନ୍ଦ୍ର ଓ ସୁକେଶୀଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ୧୦ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭବାନିପାଟଣା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସଚନା ମିଳିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାର ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ସୁଚନାଯୋଗ୍ୟ ଯେ ବିଗତ ଦିନରେ ମଧ୍ୟରେ ଏହି ବସ ଦୁର୍ଘଟଣାରେ ଅନେକ ଧନଜୀବନ ହାନୀ ହୋଇଥିବା ନଜିର ରହିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories