Other Links

ଆମ ଓଡ଼ିଶା

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର...

ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ଦାବି

ପୁରୀ : ପୁରୀ ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ଅନ୍ତର୍ଜାତୀୟ...

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର - ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର...

ପୂଜା କରୁଥିବା ବେଳେ ବଜ୍ରାଘାତରେ ପୂଜକଙ୍କ ମୃତ୍ୟୁ

ସିମୁଳିଆ - କଳାଶୁଣି ଅଞ୍ଚଳରେ ଜଣଙ୍କ ଘରେ ପୂଜା କରୁଥିବା ବେଳେ...

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ...

ଦେଶବିଦେଶ

ଆଇପିଏସ୍‍ ଅଧବକାରୀଙ୍କ ଆତ୍ମହତ୍ୟା ମାମଲାରେ ବଡ ଖୁଲାସା

ସମାଜ ଡିଜିଟାଲ ଡେସ୍କ: ହରିୟାଣା କ୍ୟାଡର ଆଇପିଏସ ଅଧିକାରୀ ପୁରନ କୁମାରଙ୍କ...

ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଖସିପଡିଲା ଲିଫ୍ଟ : ୪ଜଣଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି ।...

ଆଜି ବାୟୁସେନା ପ୍ରତିଷ୍ଠା ଦିବସ: ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ...

ନିନ୍ଦନୀୟ ଆଚରଣ: ନ୍ୟାୟାଳୟର ମର୍ଯ୍ୟାଦା ରକ୍ଷା ପ୍ରଥମ କାର୍ଯ୍ୟ

ଅକ୍ଟୋବର ୬ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି.ଆର.ଗବଇଙ୍କ ଉପରକୁ ଜଣେ...

ଇସ୍ରାଏଲ-ହମାସ ଯୁଦ୍ଧକୁ ଦୁଇ ବର୍ଷ ପୂର୍ତ୍ତି

ତେଲଆଭିଭ୍‌: ଇସ୍ରାଏଲ ଓ ପାଲେଷ୍ଟାଇନର ଗାଜାସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ...

ରାଜନୀତି

ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

ରାଜ୍ୟବାସୀ ଅସୁରକ୍ଷିତ: ନବୀନ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହୋଇପଡ଼ିଛି, ଯାହାକୁ...

ନୂଆପଡା ବିଜେଡିର ଥିଲା ଓ ରହିବ- ପ୍ରମିଳା

ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ...

ମଙ୍ଗଳବାର ସୁଦ୍ଧା ନୂଆପଡ଼ା ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା...

ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ ତାରିଖରେ ଓଡ଼ିଶାର ନୂଆପଡ଼ା...

ଅପରାଧ

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ...

ଭିଣେଇର ଗୁଳି ମାଡରେ ଶଳା ମୃତ

ଗୁଣପୁର - ଭିଣେଇର ଗୁଳି ମାଡରେ ଶଳାର ମୃତ୍ୟୁ । ଆନ୍ଧ୍ର...

ହତ୍ୟାପରେ ବାପାକୁ ପୋତିଦେଲା ପୁଅ

ଦେବଗଡ଼: ହତ୍ୟାକାଣ୍ଡ ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା...

୧୬.୫ ଲକ୍ଷର ବ୍ରାଉନସୁଗର ଜବତ, ଦୁଇ ଗିରଫ

ସମାଜ ଡିଜିଟାଲ ଡେସ୍କ: ବୁଲେଟରେ ବୁଲି ବ୍ରାଉନସୁଗର ବେପାର କରୁଥିବା ଦୁଇ...

ଫେସବୁକରେ ଆପତ୍ତିଜନକ ପୋଷ୍ଟ, ଅଭିଯୁକ୍ତ ଗିରଫ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିବା...
Thursday, October 9, 2025
24.4 C
Bhubaneswar

ପାଣିରେ ଫସିରହିଥିବା ଦନ୍ତାକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ଟ ବୋଟ ବୁଡିଲା

ଗୁରୁଡିଝାଟିଆ/ଆଠଗଡ : ଆଠଗଡ ବନଖଣ୍ଡ ଅନ୍ତର୍ଗତ ମୁଣ୍ଡଳୀ ବ୍ରିଜ ନିକଟରେ ମହାନଦୀରେ ଫସିରହିଥିବା ଏକ ଦନ୍ତାହାତୀକୁ ଉଦ୍ଧାରକରିବା ପାଇଁ ଯାଇଥିବା ଓଡ୍ରାଫ ଟିମର ବୋଟଟି ପ୍ରଖର ସ୍ରୋତରେ ଓଲଟି ପଡିଥିଲା । ଫଳରେ ସେଥିରେ ଥିବା ୫ଜଣ ଓଡ୍ରାଫ କର୍ମଚାରୀ ଓ ୨ ସାମ୍ବାଦିକ ପାଣିରେ ବୁଡିଯାଇଥିଲେ। ସ୍ଥାନୀୟ ମୁଣ୍ଡଳୀ ଅଞ୍ଚଳର ମତ୍ସ୍ୟଜୀବିମାନେ ଦେଶୀଡଙ୍ଗାରେ ସେମାନଙ୍କୁ ଉଦ୍ଧାର କରିଥିଲେ । ଏବେବି ଜଣେ ଓଡ୍ରାଫ କର୍ମଚାରୀ ନିଖୋଜ ରହିଛନ୍ତି । ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଅତ୍ୟତମ ଫଟୋ ସାମ୍ବାଦିକ ପ୍ରଭାତ ସିହ୍ନା ଓ ୩ଜଣ ଓଡ୍ରାଫ୍ଟ କର୍ମଚାରୀ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ବିୟୋଗରେ ସାମ୍ବାଦିକ ଜଗତ ସ୍ତବ୍ଧ ହୋଇଯାଇଛି । ଏବେ ଦୁଇଟି ଓଡ୍ରାଫ ବୋଟ, ଗୋଟିଏ ଅଗ୍ନିଶମ ଓ ଦୁଇଟି ଏନଡିଆରଏଫ ବୋଟ ଜରିଆରେ କର୍ମଚାରୀମାନେ ନିଖୋଜ ଓଡ୍ରାଫ କର୍ମଚାରୀକୁ ଖୋଜିବା ସହ ଫସିରହିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଘଟଣାସ୍ଥଳରେ ପ୍ରଧାନମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଶଶି ପଲ, ଭାରପ୍ରାପ୍ତ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ଅନୁଗୁଳ), ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କ ସହିତ ଚନ୍ଦକା ଓ କଟକ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଫସିଯାଇଥିବା ହାତୀକୁ ଉଦ୍ଧାର କରିବା ପାଇଁ ଉପସ୍ଥିତ ଅଛନ୍ତି । ଓଡ୍ରାଫ୍ଟ ବିଭାଗର ବରିଷ୍ଠ କର୍ମକର୍ତ୍ତା ଓ ଜିଲ୍ଲା ପୋଲିସର ପଦସ୍ଥ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ତୀକ୍ଷ୍ମ ନଜର ରଖିଛନ୍ତି ଏବଂ ଦନ୍ତାହାତୀକୁ ଉଦ୍ଧାର ସହ ନିଖୋଜ ଥିବା ଓଡ୍ରାଫ ଟିମ କର୍ମଚାରୀଙ୍କୁ ଖୋଜାଖୋଜି ଚଳାଇଛନ୍ତି ।

ପ୍ରକାଶଯୋଗ୍ୟ ଗତକାଲି ରାତିରେ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସୁକାସନ ଜଙ୍ଗଲରୁ ୧୭ଟି ହାତୀ ନଦୀ ପାର ହୋଇ ବାଙ୍କି ଅଞ୍ଚଳକୁ ଯାଉଥିଲେ। ହେଲେ ପ୍ରଖର ସ୍ରୋତରେ ୧୭ଟିକିଆ ହାତୀଦଳ ନଦୀ ଅତିକ୍ରମ କରିନପାରି ତଳକୁ ଭାସି ଆସିଥିଲେ। ୮ଟି ହାତୀ ସାନମୁଣ୍ଡଳୀ ପାଶ୍ୱର୍ରେ ଲାଗିଥିଲେ। ଆଉ ୮ଟି ହାତୀ ଅନନ୍ତପୁର ପାଖରେ କୂଳରେ ଲାଗିଥିଲେ। ହେଲେ ଗୋଟିଏ ଦନ୍ତା କୌଣସି କୂଳରେ ନଲାଗିପାରି ମୁଣ୍ଡଳୀ ବ୍ରିଜ ନିକଟରେ ନିଜକୁ ବଞ୍ଚାଇବା ପାଇଁ ଉବୁଟୁବୁ ହେଉଥିଲା । ଘଟଣା ସଂପର୍କରେ ଖବର ପାଇ ସକାଳୁ ସକାଳୁ ଆଠଗଡ ବନାଞ୍ଚଳ ଅଧିକାରୀ ଆୟିଶା ଅକତରୀ ନିଶା, ବନପାଳ କୃଷ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ହାତୀଟିକୁ ସୁରକ୍ଷିତ ଭାବରେ କୂଳକୁ ଆଣିବା ନିମନ୍ତେ ଉଦ୍ୟମ କରିଥିଲେ । ହେଲେ ବିଫଳ ହେବା ପରେ ବନବିଭାଗ ଉଚ୍ଚ କର୍ତ୍ତୃପ ଦନ୍ତାହାତୀକୁ ଉଦ୍ଧାର ପାଇଁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗର ସହାୟତା ଲୋଡିଥିଲେ। ଏହାପରେ ଓଡ୍ରାଫର ଏକ ବୋଟରେ ୫ଜଣ କର୍ମଚାରୀ ହାତୀଟିକୁ ଉଦ୍ଧାର କରିବା ପାଇଁ ବାହାରିବା ବେଳେ ଓଟିଭିର ୨ଜଣ ସାମ୍ବାଦିକ ଖବର ପ୍ରସାରଣ ପାଇଁ ତାଙ୍କ ସାଙ୍ଗରେ ଯାଇଥିଲେ। ଉଦ୍ଧାରକାରୀ ଦଳ ବୋଟଟିକୁ ହାତୀର ପଛପାଖରେ ଅତି ଚତୁରତା ଓ ସତର୍କତାର ସହିତ ବୁଲାଇ ଆଣିବା ପାଇଁ ଉଦ୍ୟମ କରୁଥିବା ବେଳେ ପ୍ରଖର ସ୍ରୋତରେ ବୋଟଟି ତଳକୁ ଭାସିଯାଇ ପିଲାର ରେ ମାଡ ହୋଇଥିଲା। ଯାହାଫଳରେ କି ବୋଟରେ ପାଣି ପଶିଯିବା ପରେ ବୋଟଟି ଓଲଟି ପଡିଥିଲା। ଫଳରେ ଅପ୍ରତ୍ୟାଶିତ ଭାବରେ ଏଭଳି ଘଟଣା ଘଟିବାରୁ ବୋଟରେ ଥିବା ୫ଜଣ ଓଡ୍ରାଫ କର୍ମଚାରୀ ଓ ଓଟିଭିର ସାମ୍ବାଦିକ ଅରିନ୍ଦମ ଓ କ୍ୟାମେରାମ୍ୟାନ ପ୍ରଭାତ ପାଣିରେ ବୁଡି ଭାସିବାକୁ ଲାଗିଥିଲେ। ଘଟଣାସ୍ଥଳରେ କିଛିଦୂରରେ ସ୍ଥାନୀୟ ମୁଣ୍ଡଳୀ ଗାଁର ମତ୍ସ୍ୟଜୀବିମାନେ ଦେଶୀଡଙ୍ଗା ସାହାଯ୍ୟରେ ଭାସିଯାଉଥିବା ଓଡ୍ରାଫ କର୍ମଚାରୀଙ୍କ ମଧ୍ୟରୁ ୪ଜଣଙ୍କୁ ଓ ୨ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଓଟିଭି ସାମ୍ବାଦିକ ଅରିନ୍ଦମଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଏବେବି ଜଣେ ଓଡ୍ରାଫ କର୍ମଚାରୀ ନିଖୋଜ ଅଛନ୍ତି ।

Hot this week

ଚାମ୍ପିଅନ ଓଡ଼ିଶା ହ୍ଵିଲ ଚେୟାର ରଗବୀ ଦଳକୁ ସମ୍ବର୍ଦ୍ଧିତ କଲା ବାଣିଜ୍ୟ ଓ ପରିବହନ ବିଭାଗ

ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶା ହ୍ୱିଲଚେୟାର ରଗବି ଦଳ ।...

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର...

ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ଦାବି

ପୁରୀ : ପୁରୀ ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ଅନ୍ତର୍ଜାତୀୟ...

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର - ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର...

ପୂଜା କରୁଥିବା ବେଳେ ବଜ୍ରାଘାତରେ ପୂଜକଙ୍କ ମୃତ୍ୟୁ

ସିମୁଳିଆ - କଳାଶୁଣି ଅଞ୍ଚଳରେ ଜଣଙ୍କ ଘରେ ପୂଜା କରୁଥିବା ବେଳେ...

Related Articles

Popular Categories