www.samajalive.in
Monday, December 15, 2025
26.1 C
Bhubaneswar

କ୍ରସର ବିବାଦ ପ୍ରସଙ୍ଗ : ଜିଲ୍ଲାପରିଷଦ ସଭ୍ୟ,ଗାଁ ଲୋକଙ୍କୁ ନିମନ୍ତ୍ରଣ , ଆସନ୍ତାକାଲି ବସିବ ବୈଠକ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ ଚାଲିଥିବା କ୍ରସର ବିବାଦ ସମାଧାନ ପାଇଁ ବୈଠକରେ ଆନ୍ଦୋଳନକାରୀଙ୍କୁ ଆଲୋଚନାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ପୁନଃ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରଶାସନ ନିଜର ଭୁଲକୁ ସୁଧାରିବା ସହିତ ଆସନ୍ତା ଶନିବାର ପ୍ରଶାସନ ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଛି । ଉକ୍ତ ବୈଠକରେ ଗ୍ରାମବାସୀ , ଜିଲ୍ଲାପରିଷଦ ସଭ୍ୟଙ୍କୁ ସାମିଲ ପାଇଁ ପତ୍ର ମାଧ୍ୟମରେ ସେମାନଙ୍କୁ ଅବଗତ କରାଯାଇଛି । ଆସନ୍ତାକାଲି ଜିଲ୍ଲାପାଳଙ୍କ ସଭାଗୃହରେ ଆୟୋଜିତ ବୈଠକରେ ସ୍ଥାନୀୟ ବିଧାୟକ,ହରଭଙ୍ଗା ବ୍ଲକ ଅଧ୍ୟକ୍ଷ,୯ନଂ ଜିଲ୍ଲାପରିଷଦ ସଭ୍ୟ,ଛତ୍ରଙ୍ଗ ସଂରପଚ, ଛତ୍ରଙ୍ଗ ସମିତି ସଭ୍ୟ, ପୁଲିସ, ଜିଲ୍ଲାପ୍ରଶାସନ,କ୍ରସର ମାଲ୍ଲିକ,ଗ୍ରାମବାସୀ, ମା ବୁଢିଠାକୁରାଣୀ ମଂଚ ସଭାପତି ,ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ବୈଠକ ବସିବ ବୋଲି ସୂଚନା ମିଳିଛି । ସୂଚନା ଥାଉ କି ଏହି ତହସିଲ ଅର୍ନ୍ତଗତ ଛତ୍ରଙ୍ଗ ପଂଚାୟତର ଖରଭୂଇଁ ଅଂଚଳରେ ଚାରି ଚାରୋଟି ପଥର କୁଆଁରୀ ସହିତ କ୍ରସର ଶିଳ୍ପ ଚାଲୁରହିଛି । ବେଆଇନ ପଥର ଉତ୍ତୋଳନ ଅତ୍ୟଧିକ କ୍ରସର ଶୀଳ୍ପ ଯୋଗୁଁ ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦ ଧ୍ୱଂସ ହେବାକୁ ବସିଛି । ମାଇନର ମିନେରାଲ ନାଁରେ ବଡ ବଡ ବିସ୍ଫୋରଣରେ ବେଆଇନ ଭାବେ ପଥର ଉତୋଳନ କରାଯାଉଥିବାରୁ ସ୍ଥାନୀୟ ଲୋକେ ପ୍ରତିଦିନ ମୃଦୁ ଭୂକମ୍ପ ଅନୁଭବ କରୁଛନ୍ତି ।ବିସ୍ଫୋରଣରେ ଘରଦ୍ୱାର ଫାଟି ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଗୋଟିଏ ପରେ ଗୋଟିଏ ପଥର କୁଆଁରୀ ଲିଜ ଦେଇ ଗାଁ ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ହେଉଛି । କ୍ରସର ପ୍ରଦୂଷଣ ଯୋଗୁଁ କିଡନୀ ଭଳି ମହାମାରୀ ରୋଗ ମଧ୍ୟ ବୃଦ୍ଧି ପାଉଛି । ଏହାର ପ୍ରତିବାଦରେ କ୍ରସର ଶିଳ୍ପ ସମ୍ପୂର୍ଣ୍ଣ ଉଛେଦ ପାଇଁ ଗ୍ରାମବାସୀ ବଜ୍ର ଶପଥ ନେବା ସହ ଆନ୍ଦୋଳନକୁ ଜାରି ରଖିଛନ୍ତି।ଫଳରେ ଦୀର୍ଘ ୩ମାସ ହେଲା କ୍ରସର ଶିଳ୍ପ ବନ୍ଦ ହୋଇପଡିରହିଛି । ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ବର୍ତମାନ ପ୍ରଶାସନ ଅଣ୍ଟା ଭିଡିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories