www.samajalive.in
Saturday, December 6, 2025
15.1 C
Bhubaneswar

ହାତୀ ଉପଦ୍ରବରେ ଉଜୁଡିଗଲା ଚାଷ

ଗୁଡଭେଲା : ଚଳିତ ବର୍ଷ ଅଳ୍ପ ବୃଷ୍ଟିପାତ ଯୋଗୁଁ ଗୁଡଭେଲା ବ୍ଳକରେ ମରୁଡି ପରିସ୍ଥିତି ଦେଖାଦେଇଛି। ମରୁଡି ପରିସ୍ଥିତି ସତ୍ତ୍ୱେ ବିଭିନ୍ନ ଜଳ ଉତ୍ସରୁ ପାଣି ଆଣି ଚାଷୀ ଅଳ୍ପ କିଛି ଜମିରେ ଚାଷ କରିଛନ୍ତି । ଏପରି ସ୍ଥିତିରେ ହାତୀ ଉପଦ୍ରବ ଚିନ୍ତାର କାରଣ ହୋଇଛି । ଗୁଡଭେଲା ବ୍ଳକ ସାନଡଙ୍ଗରଗାଁର ଧାନ ଚାଷ ଜମିରେ ହାତୀ ଉପଦ୍ରବରେ ଉଜୁଡିଯିବା ନେଇ ଗରିବ ପରିବାର ଚିନ୍ତିତ ହୋଇ ପଡିଛନ୍ତି । ନିକଟରେ ଥିବା ସିକେରପାଟ ଜଙ୍ଗଲରୁ ରାତ୍ରି ସମୟରେ ହାତୀପଲ ଆସି ଧାନ ଖାଇବା ସହିତ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଜୀବନକୁ ବାଜି ଲଗାଇ ଚାଷୀ ହାତୀ ଉପଦ୍ରବରୁ ଧାନ ଚାଷକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଥିଲେ ମଧ୍ୟ ବନ ବିଭାଗ ଅଧିକାରୀଙ୍କ ଦେଖା ମିଳୁ ନାହିଁ ବୋଲି ଅଭିଯୋଗ ହୋଇଛି। ବନ ବିଭାଗ ଅବହେଳା ମନୋଭାବ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।  ବନ ବିଭାଗ କତୃପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷି ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ସହିତ ହାତୀପଲକୁ ଘଉଡାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories