www.samajalive.in
Saturday, December 6, 2025
14.1 C
Bhubaneswar

ସନ୍ଦେହ ଘେରରେ ମାଈ ହାତୀର ମୃତ୍ୟୁ

ବେଗୁନିଆ : ବେଗୁନିଆ ବ୍ଲକ ଦେଉଳି ପଂଚାୟତ ଅନ୍ତର୍ଗତ ଦଲକ ରୁ ମଳିପଡ଼ା ଯିବା ବାଟରେ ଥିବା ଏକ ଇଟା କମ୍ପାନୀ ଆଗରେ ଏକ ୩/୪ବର୍ଷର ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଠାରେ କିପରି ହାତୀର ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଛି। ଗୁରୁବାର ରାତି ୧୨ ଟା ସମୟରେ ୨୫/୨୭ଟି ହାତୀ ହନୁମନ୍ତିଆ ଡ୍ୟାମ କୁ ପଶି ଆସି ଲୋକମାନଙ୍କର ପାଚିଲା ଧାନ କ୍ଷେତରେ ପଶି ଖାଇବା ସହିତ ଦଳି ଚକଟି ନଷ୍ଟ କରିଦେଇଥିଲ। ଏସଂକ୍ରାନ୍ତରେ ସ୍ଥାନୀୟ ଲୋକମାନେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପରେ ସେମାନେ ଆସି ବାଣ ଫୁଟାଇ ଟର୍ଚ୍ଚ ପକାଇ ସେମାନଙ୍କୁ ସେଠାରୁ ଘଉଡାଇଥିଲେ। ସେମାନେ ଯିବା ବାଟରେ ସମ୍ପୃକ୍ତ ହାତୀଟି କେମିତି ମରିଛି ତାହା ଜାଣିବା ପାଇଁ ବିଭାଗୀୟ କର୍ମଚାରୀମାନେ ଆଜି ସକାଳୁ ଘଟଣାସ୍ଥଳରେ ପଂହଁଚି ତାହାର ତଦନ୍ତ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories