www.samajalive.in
Saturday, December 6, 2025
16.1 C
Bhubaneswar

କରୋନାକୁ ହରାଇଲେ ୮୬ ବର୍ଷିୟା ମହିଳା, ସମ୍ କୋଭିଡ ହସପିଟାଲରୁ ସୁସ୍ଥ ହୋଇ ଫେରିଲେ

ଭୁବନେଶ୍ୱର : ଜଣେ ୮୬ ବର୍ଷିୟା ମହିଳା  କରୋନାର ଭୟ ଭିତରେ  ସୃଷ୍ଟି କରିଛନ୍ତି ଆଶାର ଆଲୋକ ।   ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ମହିଳା ସତ୍ୟଭାମା ଦାଶ।
କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ ସମ୍ କୋଭିଡ ହସ୍ପିଟାଲରେ ହୋଇଥିଲେ। ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ତାଙ୍କର ଡାଇବେଟିସ୍, ବ୍ଲଡପ୍ରେସର୍, ଶ୍ୱାସ ଓ ଗ୍ୟାସ୍ଜନିତ ସମସ୍ୟା ମଧ୍ୟ ରହିଥିଲା। ଏପରିକି ତାଙ୍କ ବାମ ଗୋଡଟି ଭାଙ୍ଗି ଥିବାରୁ ସେ ଶଯ୍ୟାଶାୟୀ ଥିଲେ। ଏଭଳି ଅବସ୍ଥାରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତି ହୋଇଥିବା ସତ୍ୟଭାମାଙ୍କର ଅତି ଯତ୍ନ ଓ ନିଷ୍ଠାର ସହ ଚିକିତ୍ସା ଓ ସେବା କରିଥିଲେ ସମ୍ କୋଭିଡ ହସ୍ପିଟାଲ୍ର ଡାକ୍ତର ଓ ନର୍ସମାନେ।
କରୋନାରୁ ପରାସ୍ତ କରି ଏହି ଶଯ୍ୟାଶାୟୀ ବୟୋଜ୍ୟେଷ୍ଠା ମହିଳା ଜଣକ ଶୁକ୍ରବାର ଘରକୁ ଫେରିଛନ୍ତି। ଡାକ୍ତର ଓ ନର୍ସ ମାନେ ତାଙ୍କର ଯେଉଁଭଳି ଭାବେ ଚିକିତ୍ସା ଓ ଯତ୍ନ କଲେ ସେଥିପାଇଁ ସେ କୃତଜ୍ଞ ବୋଲି କହିଛନ୍ତି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories