www.samajalive.in
Monday, December 15, 2025
26.1 C
Bhubaneswar

ହରିହରାନନ୍ଦ ଆଶ୍ରମରେ ଭଙ୍ଗାରୁଜା କଲେ ୨୯ ଟିକିଆ ହାତୀପଲ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ସରାସକୋଲା ପଞ୍ଚାୟତ ତୁଳସୀପୁର ଗ୍ରାମର ପ୍ରାକୃତିକ ପରିବେଶରେ ଗଢି ଉଠିଥିବା ହରିହରାନନ୍ଦ ଆଶ୍ରମ ପରିସରରେ ୨୯ ଟିକିଆ ହାତୀପଲ ସୋମବାର ଭଙ୍ଗାରୁଜା କରିଛନ୍ତି। ହାତୀ ଉପଦ୍ରବ ଯୋଗୁ ଆଶ୍ରମର ପ୍ରାକୃତିକ ପରିବେଶ ନଷ୍ଟ ହୋଇଯାଇଛି। ଏହି ହାତୀପଲରୁ ସୋମବାର ଦିନ ତମାମ ୮ଟି ହାତୀ ଆଶ୍ରମ ପରିସର ଛାଡ଼ି କୁଆଡ଼େ ଯାଇ ନ ଥିଲେ। ହାତୀପଲ ଆଶ୍ରମ ପରିସର କଦଳୀ ବଗିଚା ନଷ୍ଟ କରିବା ସହ ୨ଟି ନଡ଼ିଆ ଗଛ ଉପାଡି ଦେବା ପରେ ଆଶ୍ରମ ଘରର ୨ଟି ସିମେଣ୍ଟ ଖୁଣ୍ଟ ଭାଙ୍ଗି ଦେଇଛନ୍ତି।

ଏହା ଛଡ଼ା ଗ୍ରାମ ସଂଲଗ୍ନ ଜିଆଣିସାହିରେ ୨ଟି ଘର ଭାଙ୍ଗି ହାତୀପଲ ଧାନ ଚାଉଳ ଖାଇବା ସହ ତୁଳସୀପୁର ଅଙ୍ଗନବାଡି କେନ୍ଦ୍ର ଝରକା ଭାଙ୍ଗି ପିଲାମାନଙ୍କ ପାଇଁ ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ଖାଇ ଦେଇଛନ୍ତି। ଏହି ହାତୀପଲ ସପ୍ତାହେ ହେଲା ବନାଞ୍ଚଳରେ ଉପଦ୍ରବ ଜାରି ରଖି ୪୦ ରୁ ଅଧିକ ଘର ଆଂଶିକ ଭାଙ୍ଗି ସାରିଲେଣି। ଏହାଛଡା ଗୋଟିଏ ଗୋଠ ଛଡା ଦନ୍ତା ଏହି ଦଳରେ ସାମିଲ ହେବା ପରେ ଦଳରେ ହାତୀ ସଂଖ୍ୟା ୩୦ରେ ପହଞ୍ଚି ଥିବାବେଳେ ଏହି ବନାଞ୍ଚଳ ଅନ୍ତର୍ଗତ ବଣମହୁଲଡିହା ଜଙ୍ଗଲରେ ୯ ଟିକିଆ ହାତୀପଲ ଡେରା ପକାଇଥିବା ଜଣାପଡିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories