www.samajalive.in
Thursday, December 11, 2025
16.1 C
Bhubaneswar

ପ୍ରୀତମଙ୍କ ସିନେମାରେ ପ୍ରେମ୍ ପରିଜା

ଭୁବନେଶ୍ବର : ଜୀ ଷ୍ଟୁଡିଓଜ ସହଯୋଗରେ ଓଲିଉଡର ଆଗଧାଡ଼ିର ପ୍ରଯୋଜକ କୁମାର ପ୍ରୀତମ ସାହୁ ଓଡ଼ିଶାର ପ୍ରଥମ ପାନ୍ ଇଣ୍ଡିଆନ ସିନେମା ନିର୍ମାଣ କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏହାର ଟାଇଟେଲ ଚୂଡାନ୍ତ ହୋଇନାହିଁ। ୨୦୨୩ରେ ମୁକ୍ତିଲାଭ କରିଥିବା ‘କଟକ- ଶେଷରୁ ଆରମ୍ଭ ‘ର ସିକୁୱେଲ ବୋଲି କୁହାଯାଉଛି। ଏଥିରେ ନଜର ଆସିବେ ବଲିଉଡ ଅଭିନେତା ପ୍ରେମ ପରିଜା।

ଭୁବନେଶ୍ୱରର ମୂଳବାସିନ୍ଦା ପ୍ରେମ ମୁଖ୍ୟତଃ ବଲିଉଡରେ କାମ କରନ୍ତି। ସେ  ‘ୱେଲକମ୍ ଟୁ କରାଚି -୨’ ,’ହମାରୀ ଅଧୂରୀ କାହାନି’ , ‘ବାଜାର ‘ ,’ସତ୍ୟମେବ ଜୟତେ -୨ ‘ ଆଦି ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି। ‘ବାଟଲା ହାଉସ’ ଏବଂ ‘ସତ୍ୟମେବ ଜୟତେ’ ରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି।୨୦୨୩ ରେ ପ୍ରେମ ପ୍ରଖ୍ୟାତ ନିର୍ଦ୍ଦେଶକ ବୀପୁଲ ଅମ୍ରଇତଲାଲ ସାହଙ୍କ ହିନ୍ଦୀ ୱେବ ସିରିଜ କମାଣ୍ଡୋରେ ଅନ୍ୟତମ ନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ।

- Advertisement -

ଆକ୍ସନ ସିନେମାକୁ ଭଲ ପାଉଥିବା ପ୍ରେମ ପରିଜା ପ୍ରୀତମଙ୍କ ଆଗାମୀ ଆକ୍ସନ ସିନେମାରେ ନଜରରେ ଆସିବେ। ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସୁଧାଂଶୁମୋହନ ସାହୁ। କୁମାର ପ୍ରୀତମ ସାହୁ ଏହାର କାହାଣୀ ଲେଖିଥିବାବେଳେ ଦିଲ୍ଲୀପ ଚୌଧୁରୀ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ଅସଦ ନିଜାମ ଏହାର ସଙ୍ଗୀତ ଦାୟିତ୍ୱ ତୁଳାଇଥିବାବେଳେ ରୁଦ୍ରକାନ୍ତ ସିଂ ସିନେମାଟୋଗ୍ରାଫି କରୁଛନ୍ତି। ଜୁଲାଇ ୨୯ ରୁ ଏହାର ସୁଟିଂ ଆରମ୍ଭ ହେବ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories