ଢେଙ୍କାନାଳ: ଅଙ୍କରାନ୍ତିପୁର ଶବର ସାହିରେ ଦନ୍ତାହାତୀ ଆକ୍ରମଣରେ ଜଣେ ମନ୍ଦିରର ପୂଜକ ଗୁରୁତର ହୋଇଛନ୍ତି। ତାଙ୍କ ନାମ ଶ୍ରୀନିବାସ ଦେହୁରୀ। ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଦନ୍ତାହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ତାଙ୍କ ପେଟ ଓ ଗୋଡରେ ଗଭୀର ଆଘାତ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ୫୫ନଂ ରାଜପଥ ଅବରୋଧ କରିଛନ୍ତି। ଶ୍ରୀନିବାସ ଦେହୁରୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀନିବାସଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ସ୍ଥାନୀୟଲୋକେ ରାସ୍ତାରୋକ କରିଥିବା ଜଣାପଡିଛି।
Popular Categories



