www.samajalive.in
Sunday, December 7, 2025
23.1 C
Bhubaneswar

କଚାଡି ଦେଲା ହାତୀ, ବୃଦ୍ଧ ମୃତ

କଣିହାଁ : ଅନଗୁଳ ଜିଲା କଣିହାଁ ବ୍ଲକ ବଜ୍ରକୋଟ ସୁବର୍ଣ୍ଣପୁର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଦନ୍ତା ହାତୀ ଗ୍ରାମର ମାୟାଧର ବେହେରା(୬୩)କୁ କଚାଡି ମାରିଦେଇଛି । ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ମାୟାଧର କ୍ଷୀର ପାଇଁ ଆସୁଥିବା ସମୟରେ ସ୍କୁଲ ପାଖରେ ଏକ ଗୋଠ ଖଣ୍ଡିଆ ଦନ୍ତା ହାବୁଡ଼ରେ ପଡ଼ିଥିଲେ । ଜୀବନ ବିକଳରେ ମାୟାଧର ଦୌଡ଼ି ପଳାଉଥିବା ସମୟରେ ଦନ୍ତା ମାୟାଧରକୁ ଶୁଣ୍ଢରେ କଚାଡି ଦେଇଥିଲା । ଗୁରୁତର  ଅବସ୍ଥାରେ ମାୟାଧରକୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପରିବାର ଲୋକ ତଥା ଗ୍ରାମବାସୀ ମେଡିକାଲରେ ପହଂଚି କ୍ଷତିପୂରଣ ଦାବି କରିଥିଲେ । କଣିହାଁ ରେଞ୍ଜର ନୀଳମଣି ଦେହୁରୀ କ୍ଷତିପୂରଣ ବାବଦକୁ ପ୍ରଥମ ପର୍ୟ୍ୟାୟରେ ୪୦ହଜାର ଟଙ୍କାର ଚେକ ପ୍ରଦାନ କରିବାସହ ବାକି କାଗଜପତ୍ର ପରେ ପ୍ରଦାନ କରାଯିବ ବୋଲି କହିଥିଲେ । ପରେ ରେଙ୍ଗାଳୀ ପୋଲିସ ଏକ ମକଦ୍ଦମା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ପଠାଇ ତଦନ୍ତ ଜାରି ରଖିଛନ୍ତି । ମାୟାଧର ମୃତ୍ୟୁ ଖବର ପାଇ ଢେଙ୍କାନାଳ ସାଂସଦ ମହେଶ ସାହୁ ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories