www.samajalive.in
Saturday, December 6, 2025
26.1 C
Bhubaneswar

ତାଲିମ କେନ୍ଦ୍ରରେ ହାତୀ ଛୁଆ ‘ମାମା’ର ମୃତ୍ୟୁ

ଭୁବନେଶ୍ୱର: ତାଲିମ କେନ୍ଦ୍ରରେ ହାତୀ ଛୁଆ ‘ମାମା’ର ମୃତ୍ୟୁ ହୋଇଛି। ଭୁବନେଶ୍ୱର ଡମପଡା କୁମାରଖୁଣ୍ଟି ତାଲିମ କେନ୍ଦ୍ରରେ ଛୁଆ ହାତୀ ‘ମାମା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୭ବର୍ଷର ହାତୀ ଛୁଆ ମାମାର ମୃତ୍ୟୁ ନେଇ ଚନ୍ଦକା ଡିଏଫଓ ସୂଚନା ଦେଇଛନ୍ତି। ହାର୍ପିସ୍‌‌ ଭୂତାଣୁ ଆକ୍ରାନ୍ତରେ ମାମାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମାମାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ କଣ ଜଣାପଡିବ। ସୂଚନା ଅନୁସାରେ ୨୦୧୭ ମାର୍ଚ୍ଚ ୩ରେ ରାମେଶ୍ୱରରୁ ଉଦ୍ଧାର କରାଯାଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଇଥିଲା। ସେଠାରୁ ୨୦୨୩ ମାର୍ଚ୍ଚ ୮ରେ ଗୌଡିବାରି କୁମାରଖୁଣ୍ଟିକୁ କୁମକି ତାଲିମ ପାଇଁ ନିଆଯାଇଥିଲା। ନିକଟରେ ଚନ୍ଦକା ଅଭୟାରଣ୍ୟରେ ହାତୀ ‘ରାମୁ’ର ମୃତ୍ୟୁ ହୋଇଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories