ବାଲେଶ୍ୱର : ବାଲେଶ୍ୱର ଜିଲା ଔପଦା ବ୍ଲକ ଢୋଲପୁର ଗାଁରେ ଶନିବାର ବିଳମ୍ବିତ ରାତିରେ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ରାତି ସମୟରେ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଖୁଣ୍ଟ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ଗାଁ ଲୋକେ ଏକାଠି ହୋଇ ହାତୀପଲ ଘଉଡ଼ାଇଛନ୍ତି। ବାରମ୍ବାର ହାତୀ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିଲେ ମଧ୍ୟ ଜଙ୍ଗଲ ବିଭାଗ ଦୃଢ ପଦକ୍ଷେପ ନେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି।
ହାତୀପଲଙ୍କ ଉପଦ୍ରବ, ଗାଁରେ ପଶି ନଷ୍ଟ କଲେ ଫସଲ
Popular Categories



