www.samajalive.in
Saturday, December 6, 2025
23.1 C
Bhubaneswar

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଏବଂ ଅଘୋଷିତ ବିଦ୍ୟୁତ୍ କାଟ ର ସ୍ଥାୟୀ ପ୍ରତିକାର ଦାବୀରେ ବିଜେପିର ବିକ୍ଷୋଭ

ରେଙ୍ଗାଲି : ବିଦ୍ୟୁତ୍ ଶୁଳ୍କ ବୃଦ୍ଧି,ଅଘୋଷିତ ବିଦ୍ୟୁତ୍ କାଟ, କର୍ମଚାରୀ ଛଟେଇ ଆଦି କାର୍ଯ୍ୟକଳାପ ବିରୋଧ କରି ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବୀ କରି ବିଜେପି ପକ୍ଷରୁ ରେଙ୍ଗାଲି ସ୍ଥିତ ବିଦ୍ୟୁତ୍ ବିଭାଗ ଏସ୍.ଡି.ଓ କାର୍ଯ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବୀପତ୍ର ପ୍ରଦାନ କରାଯାଇଛି। ମନଇଚ୍ଛା ବିଦ୍ୟୁତ୍ଦ ଶୁଳ୍କ ବୃଦ୍ଧି ,ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଉପଭୋକ୍ତା ,ଛାତ୍ର/ଛାତ୍ରୀ ଏବଂ ସାଧାରଣ ଛୋଟ ଓ ମଧ୍ୟମ ଉଦ୍ୟୋଗ ଉପରେ ପ୍ରଭାବ ପଡୁଥିବାରୁ ଏହାର ପ୍ରତିକାର ତଥା ସମାଧାନ ଦାବୀ କରାଯାଇଛି। କର୍ମଚାରୀ ଛଟେଇ ବନ୍ଦ କରିବାକୁଦାବୀ କରାଯାଇଛି। ରାଜ୍ୟ ରେ ଥିବା ତାପଜ ବିଦ୍ୟୁତ୍ ଏବଂ ଜଳ ବିଦ୍ୟୁତ୍ ପ୍ରକଳ୍ପ ଯୋଗୁଁ ପଶ୍ଚିମାଞ୍ଚଳ ବେଶୀ କ୍ଷତିଗ୍ରସ୍ତ ହୋଇଥିବାରୁ ବିଦ୍ୟୁତ୍ ବିଭାଗ ରେ ହେଉଥିବା ସମସ୍ତ ପ୍ରକାର କର୍ମ ନିଯୁକ୍ତି ରେ ପଶ୍ଚିମାଞ୍ଚଳ ର ଅଧିବାସୀ ଙ୍କୁ ଅଗ୍ରାଧିକାର ଦିଆଯାଉ ବୋଲି ଦାବୀ କରାଯାଇଛି।
ଏହି ବିକ୍ଷୋଭ ରେ ଜିଲ୍ଲା ପରିଷଦ ସଭ୍ୟ ତଥା ରେଙ୍ଗାଲି ମଣ୍ଡଲ ସଭାପତି ତିରୋଜ ହେଡେଞ୍ଜା, ସାଂସଦ ପ୍ରତିନିଧି ଯୁଗଳ କିଶୋର ଅଗ୍ରଓାଲା, ଲଇଡା ମଣ୍ଡଲ ସଭାପତି ପ୍ରକାଶ ପୃଷ୍ଟି,ବିଜେପି ଯୁବ ମୋର୍ଚ୍ଚା ରେଙ୍ଗାଲି ମଣ୍ଡଲ ସଭାପତି ସନ୍ତୋଷ କୁମାର ସାହୁ,ଚନ୍ଦ୍ରଶେଖର ସାହୁ,ସରୋଜ ମେହେର,ନବୀନ ପ୍ରଧାନ,ସୁବାସ ଚନ୍ଦ୍ର ମିଶ୍ର,ସାଜନ ପୋଦ୍ଦାର,ନିରାକାର ମେହେର,ସୁଧିର ଗୁପ୍ତା,ମନୀଷ ଅଗ୍ରଓାଲା,ରାଜୁ ସିଂଦେ.ସୁମନ୍ତ ପାଣିଗ୍ରାହୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories