୨୪ ହଜାର ଦିବ୍ୟାଙ୍ଗଙ୍କ ପାଇଁ ମତଦାନ କେନ୍ଦ୍ରରେ ବ୍ୟବସ୍ଥା

ଯାଜପୁର: ଯାଜପୁର ଜିଲାରେ ୨୪ହଜାରରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ଥିବା ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ସେମାନଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ନିମନ୍ତେ ପଦକ୍ଷେପ ନିଆଯାଇଛି। ସେମାନଙ୍କ ଘରଠାରୁ ଏକ ସ୍ୱତନ୍ତ୍ର ବ୍ୟାନର ଲାଗିଥିବା ଯାନରେ ଆଣି ମତଦାନ କେନ୍ଦ୍ରକୁ ନିଆଯାଇ ଅଗ୍ରାଧିକାର ଭିତ୍ତିରେ ମତଦାନ ପରେ ସେମାନଙ୍କୁ ଘରେ ଛାଡିବାର ବ୍ୟବସ୍ଥା କରାଯାଇଛି। ଯାଜପୁର ବ୍ଲକ ପରିସରରେ ଭିନ୍ନକ୍ଷମଙ୍କୁ ସଚେତନତା ଉଦ୍ଦେଶ୍ୟରେ ପ୍ରସ୍ତୁତ ବ୍ୟାନରକୁ ଉନ୍ମୋଚନ କରାଯିବା ସହିତ କେତେକ ଭିନ୍ନକ୍ଷମ ମତଦାତାଙ୍କୁ ଜିଲାପାଳ ରଂଜନକୁମାର ଦାସ ଉତ୍ସାହିତ କରିଥିଲେ। ପ୍ରତ୍ୟେକ ବୁଥରେ ରାମ୍ପ ବ୍ୟବସ୍ଥା ସହ ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା, ହୁଇଲଚେୟାର ବ୍ୟବସ୍ଥା ହୋଇଥିବା ହୋଇଥିବା ସୂଚନା ଦିଆଯାଇଥିଲା।

Comments are closed.