ଭୁବନେଶ୍ୱର : ଆସିସାରିଛି ପୌର ନିର୍ବାଚନର ଫଳାଫଳ। ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦର ସ୍ୱାଧୀନପାର୍ଥୀ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ହୋଇଛନ୍ତି। ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ହେଲେ ବିଜେପିର ମାନସୀ ସ୍ୱାଇଁ।
ବିଜେଡିର ସଂଘମିତ୍ରା ଦଳେଇ ୨୦ହଜାର ୨୩୬ ଭୋଟରେ ବିଜୟୀ ହୋଇ ବ୍ରହ୍ମପୁର ମହାନଗର ନିଗମର ମେୟର ନିର୍ବାଚିତ ହୋଇଛନ୍ତି।
ସେହିପରି ପାରଳାଖେମୁଣ୍ଡି ପୌର ପାଳିକାର ଅଧ୍ୟକ୍ଷା ଭାବେ ବିଜେଡିର ନିର୍ମଳା ସେଠି ନିର୍ବାଚିତ ହୋଇଛନ୍ତି।
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପାଳିକାର ୧୬ଟି ୱାର୍ଡ ମଧ୍ୟରୁ ୧୪ଟିରେ ବିଜେଡି ଓ ୨ଟି ରେ ବିଜେପି ଦଳର ପ୍ରାଥିୀମାନେ ନିର୍ବାଚିତ ହୋଇଛନ୍ତି।
ବାସୁଦେବପୁର ପୌରପାଳିକାର ଅଧ୍ୟକ୍ଷା ହେଲେ ବିଜେଡି ପ୍ରାର୍ଥିନୀ ନିବେଦିତା ବେହେରା ।
ବିଜେଡିର ଶାନ୍ତିଲତା ସେଠୀ ଚାନ୍ଦବାଲି ଏନ ଏସି ର ପ୍ରଥମ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି।
ପୌର ନିର୍ବାଚନର ଫଳାଫଳ ; ଜାଣନ୍ତୁ କେଉଁଠି କାହାର ବାଜିମାତ୍
Popular Categories



