www.samajalive.in
Saturday, December 6, 2025
23.1 C
Bhubaneswar

ପୌର ନିର୍ବାଚନ: ଚାଲିଛି ଭୋଟ୍‌ ଗଣତି

ଭୁବନେଶ୍ବର: ଚାଲିଛି ପୌର ନିର୍ବାଚନ ପାଇଁ ଭୋଟ୍‌ ଗଣତି । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ତିନି ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଟକ୍କର ହୋଇଥିବା ଦେଖିବାକୁ ମିଳିଛି । କେଉଁ ଏନଏସିର ଆସନ ବିଜେଡି ହାତକୁ ଯାଉଛି ତ କେଉଁ ଆସନ ହାତଉଛି ବିଜେପି । କଂଗ୍ରେସ ମଧ୍ୟ ଚଳିତ ପୌର ନିର୍ବାଚନରେ ତାର ସ୍ଥିତି ଜାହିର କରିଛି । କୋଟପଡ଼ାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କୋଟପଡ଼ା ଏନଏସିର କଂଗ୍ରେସ ପ୍ରାର୍ଥୀ ଏମ୍‌ ଶଙ୍କର ରାଓଙ୍କୁ ବିଜୟର ମୁକୁଟ ପିନ୍ଧାଇଛନ୍ତି ଭୋଟର ।

ସମ୍ବଲପୁର ପୌରାଧ୍ୟକ୍ଷ ଅସନ ପାଇଁ ମଧ୍ୟ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି । ବର୍ତ୍ତମାନର ଗଣତି ସୁଦ୍ଧା ରେଡ଼ାଖୋଲରେ ବିଜେପିର ଶିବରାମ ସାହୁ ଆଗୁଆ ରହିଛନ୍ତି । ସେହିପରି ପୌରାଧ୍ୟକ୍ଷ ଅସନ ପାଇଁ ସୁନ୍ଦରଗଡ଼ରେ ବିଜେପିର ତନୟା ମିଶ୍ର ଆଗୁଆ ଅଛନ୍ତି । ବୀରମିତ୍ରପୁରରେ ବିଜେଡିର ସନ୍ଦୀପ ମିଶ୍ର ଆଗୁଆ ରହିଛନ୍ତି । ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ ବିଜୟୀ ହୋଇଛନ୍ତି । କଟକ ମହାନଗର ନିଗମରେ କଂଗ୍ରେସ ତାର ସ୍ଥିତିତ୍ବ ଜାହିର କହିଛି । ମେୟର ନିର୍ବାଚନରେ କଂଗ୍ରେସର ପ୍ରାର୍ଥିନୀ ଗିରିବାଳା ବେହେରା ଆଗୁଆ ରହିଛନ୍ତି । ଅନୁଗୁଳ ଜିଲ୍ଲାରେ ଏଯାଏ ବିଜେଡିର ଦବଦବା ଦେଖିବାକୁ ମିଳିଛି । ସମସ୍ତ ରାଉଣ୍ଡରେ ସମସ୍ତ ସ୍ଥାନରେ ବିଜେଡି ଆଗୁଆ ରହିଛି ।

- Advertisement -

ଅନୁଗୁଳରେ ବିଜେଡିର ଅକ୍ଷୟ ସାମନ୍ତ ଆଗୁଆ ରହିଥିବା ବେଳେ, ଆଠମଲ୍ଲିକରେ ବିଜେଡିର ପ୍ରାର୍ଥିନୀ ଆଶା କୁମାରୀ ସାହୁ ଆଗୁଆ ରହିଛନ୍ତି । ସେହିପରି ଅନୁଗୁଳର ତାଳଚେରରେ ମଧ୍ୟ ବିଜେଡିର ପବିତ୍ର ଭୂତିଆ ଆଗୁଆ ଅଛନ୍ତି । ବଲାଙ୍ଗୀରରେ ମଧ୍ୟ ବିଜେଡି ଆଗୁଆ ରହିଛି । ବଲାଙ୍ଗୀର ମ୍ୟୁନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ ଅଛନ୍ତି । ତୁଷୁରା ଏନଏସିରେ ବିଜେଡିର ଅଜୟ ଜୟସ୍ବାଲ ବିଜୟୀ ହୋଇଛନ୍ତି । କଣ୍ଟାବାଞ୍ଜିରେ କଂଗ୍ରେସରେ ବରିୟାମ ସିଂ ସାଲୁକା ଆଗୁଆ ରହିଛନ୍ତି । ଟିଟିଲାଗଡ଼ରେ ବିଜେପିର ମମତା ଜୈନ ଆଗୁଆ ଅଛନ୍ତି ।

ବାଲେଶ୍ବର ଜିଲ୍ଲାରେ ସମସ୍ତ ରାଜନୈତିକ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ବାଲେଶ୍ବର ମ୍ୟୁନିସିପାଲିଟିରେ ବିଜେଡିର ସବିତା ସାହୁ ଆଗୁଆ ରହିଥିବା ବେଳେ ନୀଳଗିରିରେ ବିଜେପିର ଅର୍ଚ୍ଚନା ସେଠୀ ବିଜୟୀ ହୋଇଛନ୍ତି ।  ସେହିପରି ସୋରରେ ବିଜେପିର ମାଧବ ଧଡ଼ା ଆଗୁଆ ରହିଛନ୍ତି । ଜଳେଶ୍ବରରେ ବିଜେଡିର ପ୍ରତୀପ ପ୍ରଧାନ ଆଗୁଆ ରହିଛନ୍ତି । ରେମୁଣାରେ ବିଜେଡିର ତନୁଜା ଗିରି ଆଗୁଆ ରହିଛନ୍ତି । ବରଗଡ଼ ପୌରାଧ୍ୟକ୍ଷରେ ମଧ୍ୟ କଡା ଲଢ଼େଇ ଦେଖିବାକୁ ମିଳିଛି ।

ବରଗଡ଼ ମ୍ୟୁନିସିପାଲିଟିରେ ବିଜେଡିର କଳ୍ପନା ମାଝୀ ଆଗୁଆ ରହିଛନ୍ତି । ବିଜେପୁରରେ ବିଜେଡିର ସୀତା ବାରିକ ୬୪୧ ଭୋଟରେ ବିଜୟୀ ହୋଇଛନ୍ତି । ପଦମପୁରରେ ବିଜେଡିର ସାବିତ୍ରୀ ବାଗ ଆଗୁଆ ରହିଥିବା ବେଳେ ବରପାଲିରେ ସ୍ବାଧୀନ ପ୍ରାର୍ଥୀ ଦୀନେଶ ଗହୀର ଆଗୁଆ ରହିଛନ୍ତି ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories