www.samajalive.in
Saturday, December 6, 2025
26.1 C
Bhubaneswar

ରେଭେନ୍ସା ଇସି ବୈଠକରେ ନିଷ୍ପତ୍ତି ; ଛାତ୍ର ସଂସଦ ନୁହେଁ; ହେବ ଛାତ୍ର ପରିଷଦ ନିର୍ବାଚନ

କଟକ ସହର : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଲାଗି ଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ପୂର୍ବବର୍ଷ ଭଳିଏଥର ମଧ୍ୟ ପ୍ରତ୍ୟକ୍ଷ ଛାତ୍ର ସଂସଦ ବଦଳରେ ପରୋକ୍ଷ ଛାତ୍ର ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର କାର୍ଯ୍ୟନିର୍ବାହୀ ପରିଷଦ(ଇସି) ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୂର୍ବବର୍ଷ କାର୍ଯ୍ୟନିର୍ବାହ ପରିଷଦ(ଇସି) ବୈଠକରେ ହୋଇଥିବା ନିଷ୍ପତ୍ତିକୁ ପୁନର୍ବାର କାଏମ ରଖିଛନ୍ତି କର୍ତ୍ତୃପକ୍ଷ। ରେଭେନ୍ସାର ଥିବା ୨୭ଟି ବିଭାଗକୁ ନେଇ ୯ଟି ସ୍କୁଲରେ ବିଭକ୍ତ କରାଯାଇଛି। ୯ଟି ସ୍କୁଲର ନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଭୋଟ ଦେଇ ଛାତ୍ର ପରିଷଦର କନଭେନ୍‍ର ଓ ଡେପୁଟି କନ୍‍ଭେନର ନିର୍ବାଚିତ କରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। କର୍ତ୍ତୃପକ୍ଷ ଏହି ଘୋଷଣା କରିବା ପରେ ଛାତ୍ରଛାତ୍ରୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତକୁ ଛାତ୍ରଛାତ୍ରୀ ଓ ଛାତ୍ର ସଙ୍ଗଠନ ବିରୋଧ କରି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶନିବାରଠାରୁ ବିଶ୍ୱବିଦ୍ୟାଳୟରେ ମିଳିତ ଭାବେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଛାତ୍ର ସଂସଦ ନିର୍ବାଚନ ହେବା ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହେଉଛି। ବିଶୃଙ୍ଖଳାକୁ ରୋକିବା ପାଇଁ ଛାତ୍ର ପରିଷଦ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ତାରିଖରେ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ, ନିର୍ବାଚନ, ଫଳାଫଳ ଘୋଷଣା ଓ ଶପଥ ଗ୍ରହଣ କରାଯିବ। ଲିଙ୍ଗଡ଼ୋ କମିସନଙ୍କ ନିୟମକୁ କଡାକଡ଼ି ଭାବେ ପାଳନ କରାଯିବ ବୋଲି ଜଣାପଡ଼ିଛି।
ଶୁକ୍ରବାର କୁଳପତି ସମ୍ମିଳନୀ କକ୍ଷରେ ଅପରାହ୍ଣ ୪ଟାରେ ପ୍ରଫେସର ଈଶାନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସମ୍ବଲପୁର ଏମ୍‍ସିଏଲ୍‍ର ପ୍ରାକ୍ତନ ନିର୍ଦ୍ଦେଶକ ଡ.ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ ଅଧ୍ୟାପକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, କୁଳସଚିବ ମହେଶ୍ୱର ଅଗସ୍ତୀ, ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦ, ବିତ୍ତୀୟ ଅଧିକାରୀ ଶୁଭେନ୍ଦୁ ସୁବର୍ଣ୍ଣେଶ୍ୱର ରାୟ, ପରୀକ୍ଷା ନିୟନ୍ତ୍ରକ ଡ.ତ୍ରିଲୋଚନ ମିଶ୍ର, ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସିସିଡି ପ୍ରଫେସର ସଙ୍ଗୀତା ରଥ, ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷାନୁଷ୍ଠାନର ସଂଯୋଜକ ଡ.ପଦନ କୁମାର ଜେନା ଯୋଗଦେଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories