www.samajalive.in
Sunday, December 7, 2025
15.1 C
Bhubaneswar

ଆୟୁଷ୍ମାନ୍ ଭାରତ ଯୋଜନାରେ ଓଡିଶା ସାମିଲ ନ ହେବା ଦୁର୍ଭାଗ୍ୟଜନକ

କଟକ : କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଆୟୁଷ୍ମାନ ଭାରତ ଯୋଜନା ହାତକୁ ନେଇଛନ୍ତି। ଏହାଦ୍ୱାରା ଦେଶରେ କେହି ଗରିବ ଲୋକ ରୋଗରେ ପୀଡିତ ହେଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପାଇ ପରିବେ। ମାତ୍ର ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାରେ ସାମିଲ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ସରକାର କେବଳ ଭୋଟ ହାତେଇବା ଓ ଲୋକଙ୍କୁ ଠକିବା ଉଦ୍ଦେଶ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ରାଜ୍ୟବାସୀ ଏହାର ସୁଫଳ ପାଇବା ନେଇ ସନ୍ଦେହ ପ୍ରକଟ କରିଛି ବିଜେପି।
ଶୁକ୍ରବାର ସ୍ଥାନୀୟ ସର୍କିଟ ହାଉସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ବିଜେପି ପ୍ରଶ୍ନ ଉଠାଇଛି। ରାଜ୍ୟରେ ତୃଣମୂଳ ସ୍ତରରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ରାଜ୍ୟରେ ୧୨୦୦ରୁ ଊର୍ଦ୍ଧ୍ବ ପ୍ରାଥମିକ ଚିକିତ୍ସାଳୟର ନିଜ ଘର ନିର୍ମାଣ ହୋଇ ନାହିଁ। ୮୦%ରୁ ଊର୍ଦ୍ଧ୍ବ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନାହାନ୍ତି। ସେହିପରି ୧୮ଟି ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ନାହିଁ। ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ମଧ୍ୟ ନିଶ୍ଚେତକ ଡାକ୍ତରଙ୍କ ପଦବି ଖାଲି ପଡିବା ସହ ଚିକିତ୍ସା ଭିତ୍ତିଭୂମିରେ ଘୋର ଅଭାବ ରହିଥିବା ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା ଯୋଜନାକୁ ସରକାର ଗ୍ରହଣ ନକରିବା ଦୁଖଦାୟକ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଏହି ନୀତିକୁ ବିରୋଧ କରି ସେପ୍ଟେମ୍ବର ୩୦ରୁ ୭ଦିନ ବ୍ୟାପି ରାଜ୍ୟର ସମସ୍ତ ଗାଁକୁ ଯାଇ ଦସ୍ତଖତ ସଂଗ୍ରହ କରିବା ସହ ପଞ୍ଚାୟତ ଓ ସହରାଞ୍ଚଳରେ ପଥପ୍ରାନ୍ତ ସଭା ମାଧ୍ୟମରେ ଦୃଢ ଜନମତ ସଂଗ୍ରହ ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ସମୀର ଦେ, ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ଜିଲା ସଭାପତି ଚୌଧୂରୀ ହେମନ୍ତ ସାହୁ, ବିଶ୍ୱଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଓଡିଶାର ବହୁ ଛାତ୍ରଛାତ୍ରୀ ଓ ଶ୍ରମୀକ ରାଜ୍ୟ ବାହାରେ ରହି ପାଠପଢିବା ସହ ଅନ୍ୟାନ୍ୟ କାର୍ଯ୍ୟ କରୁଛନ୍ତି। ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟ କରିବ ନାହିଁ। ଏଥିସହ ରାଜ୍ୟରୁ ଯଦି କେହି ଗୁରୁତର ରୋଗୀ ଉତ୍ତମ ଚିକିତ୍ସା ନିମନ୍ତେ ମୁମ୍ବାଇ, ଦିଲ୍ଲୀ କିମ୍ବା ଚେନ୍ନାଇ ଆଦି ସ୍ଥାନକୁ ଗଲେ ସେଠାରେ ମଧ୍ୟ ଏହି ସୁବିଧା ପାଇପାରିବେ ନାହିଁ। ତେବେ କ’ଣ ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ଗ୍ରହଣ କରୁନାହାନ୍ତି ଏ ନେଇ ବିଜେପି ପ୍ରଶ୍ନ ଉଠାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories